ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଆପଣଙ୍କ ଉଦାର ସ୍ବଭାବ ଖଳ ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରେ। କୃଷକମାନଙ୍କ ଉପଦେଷ୍ଟା ହୋଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସହ ଯାନବାହନ ସୁଖ ଭୋଗ କରିପାରନ୍ତି। ସୁସ୍ଥ ରହିବେ।
ବୃଷ: ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ବୁଦ୍ଧି, ବିବେକ ବଳରେ ପରକୁ ଆପଣାର କରିପାରନ୍ତି। ପରୋପକାର ଓ ସେବା ମନୋବୃତ୍ତି ଯୋଗୁ ପ୍ରଶଂସାର ପାତ୍ର ହେବେ। ଅସାଧ୍ୟ ସାଧନ କରିପାରନ୍ତି।
ମିଥୁନ: ଆଜି ଆପଣଙ୍କ ଭାଗ୍ୟ ଡୋରୀ ନିୟତି ହାତରେ ରହିଛି। କର୍ମ ଅନୁସାରେ ଫଳ ପ୍ରାପ୍ତ ହେବ। ସହନଶୀଳ ମନୋଭାବ ଯୋଗଁୁ ଆପଣଙ୍କ ସହିତ ଦୁଷ୍ଟାମି ଆଚରଣ କରିଥିବା ବ୍ୟକ୍ତି ପଶ୍ଚାତାପ କରିବେ। ଧନାଗମ ହେବ।
କର୍କଟ: ସୁଖ, ଶାନ୍ତି, ଦୟା, କ୍ଷମା ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାର ବିଚାରଧାରା ଆପଣଙ୍କ ସପକ୍ଷରେ ଯିବା ସହିତ ଅର୍ଥ ଦାନର ବ୍ୟବସ୍ଥା କରିପାରେ। ଦାମ୍ପତ୍ୟ ସୁଖ ମିଳିପାରେ।
ସିଂହ: ପାପ, ତାପ, ପରିହରକ କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ପରାଙ୍ଗ୍ପୁଷ୍ଟ ନ ହୋଇ ନିଜର ଧୀ ଶକ୍ତି ପ୍ରୟୋଗରେ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରିବେ। ଗରିବଙ୍କ ଚିକିତ୍ସାରେ ଧନ ବ୍ୟୟ କରିବେ।
କନ୍ୟା: ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଭାଷାରେ ନୂତନ ଦିଗନ୍ତ ସୃଷ୍ଟି କରିପାରନ୍ତି। ଚାରୁ ଚନ୍ଦନା ଦେହୀ ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଶ୍ରଦ୍ଧା, ସମ୍ମାନ ଓ ଧନ ସରକାରୀ କୃପାରୁ ମିଳିବ।
ତୁଳା: ପାରିବାରିକ ସ୍ନେହ, ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ଦୟାଳୁ ଓ ସମ୍ୟକ୍ ତତ୍ତ୍ବଦର୍ଶୀ ହେବେ। ଗୁଣାତୀତ ହେବେ। ଚେତନାର ଉଜ୍ଜ୍ବଳ ପ୍ରଦୀପ ହେବେ। ବାଣିଜ୍ୟ କାରବାର ଲାଭପ୍ରଦ ହେବ।
ବିଛା: ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଜନମାନସରେ ପ୍ରଶଂସାର ପାତ୍ର ହେବେ। ଭାଗ୍ୟାକାଶକୁ ଉଜ୍ଜ୍ବଳ କରିପାରନ୍ତି। ଶାନ୍ତି ଓ ତୃପ୍ତିର ସୂତ୍ର ସତ୍ସଙ୍ଗରୁ ପାଇବେ। ସେବା ଭାବନାରେ ଉନ୍ମୁକ୍ତ ହୋଇପାରନ୍ତି।
ଧନୁ: ଆକାଂକ୍ଷା ରୂପକ ବେଡ଼ି ଜୀବନରେ ଅଗ୍ରସର ହେବାର ପଥରୋଧ କରିପାରେ। ସଫଳତା ପାଇବାକୁ ହେଲେ ସାହସ, ଧୈର୍ଯ୍ୟ, ତିତିକ୍ଷା, ସତର୍କତା, ନୀରୋଗତା, ସଂଗଠନ ଶକ୍ତିଭଳି ଗୁଣର ଆବଶ୍ୟକ।
ମକର: ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ଅହଂକାର ଓ ଆସକ୍ତିରେ ତ୍ରସ୍ତ ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହୋଇପାରେ।
କୁମ୍ଭ: କର୍ମଚଞ୍ଚଳ ରହିବେ। ଗରିବ ଓ ଅସହାୟଙ୍କ ପ୍ରତି ଅନୁକୂଳ ମନୋଭାବ ପୋଷଣ କରିବେ। ସେମାନଙ୍କୁ ଆର୍ଥିକ ସହାୟତା କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରନ୍ତି।
ମୀନ: ସହନଶକ୍ତି ଓ ସଚ୍ଚୋଟତା ବଳରେ ଶତ୍ରୁତାର ଅବସାନ ଘଟାଇବେ। ଆଶା ମରୀଚିକା ପରି ଛଳନାମୟୀ ହୋଇପାରେ, ତା’ର ନିରାକରଣ ହେଉଛି କେବଳ ସତର୍କତା। ସପତ୍ନୀକ ଈଶ୍ବରଙ୍କୁ ଦର୍ଶନ କରିପାରନ୍ତି।






More Stories
ବ୍ୟବସାୟରେ ଲାଭ ବଢ଼ିବ….
ପ୍ରେମ ସମ୍ପର୍କ ମଧୁର ରହିବ……
ଭଲ ଖବର ମିଳିବ…..