Report Card Odisha

| Daily Odia News

ସୁସ୍ଥ ଓ ନିରାମୟ ରହିବେ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବେ। ଜଣେ ସମାଜସେବୀ ଭାବେ ମାନ୍ୟତା ପ୍ରାପ୍ତ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ବୃଷ: ସୀମାହୀନ ସୀମା ଓ ଅସ୍ତିତ୍ବହୀନର ସ୍ଥିତି କେବେ କଳନା କରାଯାଇ ପାରିବ ନାହିଁ। ଆହର ପୋଷିତ ଓ ସନ୍ତୁଳିତ ହେବ। ସୁସ୍ଥ ରହିବେ। ଚତୁର ଓ ଶତ୍ରୁହନ୍ତା ହେବେ। ଭ୍ରାତୃଭାବ ଅତୁଟ ରହିବ।
ମିଥୁନ: କର୍ମଚଞ୍ଚଳ ରହିବେ। ଅନନ୍ୟ ପ୍ରତିଭା ସମ୍ପନ୍ନ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଧନାଗମ ହେବ। ଧାର୍ମିକ ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କର୍ମଠ ହେବେ।
କର୍କଟ: ମହତ୍ ପ୍ରୟାସୀ ହୋଇପାରନ୍ତି। ଉଦାର ଚେତା ଓ ଉଦାର ଚରିତସମ୍ପନ୍ନ ହେବେ। ମାତୃସେବା ବ୍ରତ ଆଚରଣ କରିପାରନ୍ତି। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିବେ। ସୁସ୍ଥ ଓ ନିରାମୟ ରହିବେ।
ସିଂହ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି। ଜୀବଜଗତ, ଉଦ୍ଭିଦ ଜଗତ ପାଇଁ ସ୍ନେହାନୁବନ୍ଧିତ ହୋଇପାରନ୍ତି। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହେବ। ସୁବନ୍ଧୁ ସମ୍ପର୍କ ସନ୍ଧାନର ସୂର୍ଯ୍ୟ ପରି ଉଜ୍ଜ୍ବଳ ଆଲୋକ ଭାସ୍ବରିତ ହେବ।
କନ୍ୟା: ସେବା ଧର୍ମ ଓ ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଦୈବୀବଳରେ ମହାଶକ୍ତି ଓ ମହାଦ୍ୟୁତିସମ୍ପନ୍ନ ହେବେ। ସଂଯମପୂର୍ଣ୍ଣ ସତ୍‌ ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ।
ତୁଳା: ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସନ୍ମାର୍ଗୀ ହେବେ।
ବିଛା: ସ୍ବଧ୍ୟାୟ ଚିନ୍ତନ ଓ ମନନ ଆଣିଦେବ ଶାଶ୍ବତ ଆନନ୍ଦ। ଅଶିକ୍ଷାର କିମ୍ବା କୁଶିକ୍ଷାର ଅମା ଅନ୍ଧକାରକୁ ଦୂରେଇ ଦେଇ ଶିକ୍ଷାର ପ୍ରଦୀପ ପ୍ରଜ୍ଜ୍ବଳନ କରାଇବେ। ଧର୍ମୀୟ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସୁସ୍ଥ ରହିବେ।
ଧନୁ: ସ୍ବାର୍ଥକୁ ସୀମିତ କରିପାରନ୍ତି। ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ ଉପଦେଶ ଓ ଚେତାବନୀ ସୁଦୂର ପ୍ରସାରୀ ହେବ। ଲେଖା ପ୍ରାଣସ୍ପର୍ଶୀ ହେବ। ବିଭାଗୀୟ ପ୍ରୋତ୍ସାହନ ମିଳିପାରେ। କର୍ମଠ ହେବେ।
ମକର: ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କରିପାରନ୍ତି। ସ୍ବକୀୟ ଗୁଣକୁ ନେଇ ପୂଜ୍ୟ ହୋଇପାରନ୍ତି। ନିଜର ଅବିଗୁଣକୁ ପରିତ୍ୟାଗ କଲେ ଜୀବନ ସୁଖମୟ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ଭକ୍ତ ହୋଇଥିଲେ ଭକ୍ତିର ଶକ୍ତିକୁ ଆବାହନ କରିବେ। ସମସ୍ତ କଳ୍ମଷ ଦୂର କରିବେ।
ମୀନ: ପରିସ୍ଥିତିରେ ପଡ଼ିଲେ ବି ନୈତିକ ମୂଲ୍ୟବୋଧର ଯେପରି ଅଧପତନ ନ ଘଟେ ସେଥିପ୍ରତି ସତର୍କ ହେବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ବ୍ୟବସାୟ ଲାଭବାନ୍‌ ହେବେ।

Breaking News