ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଆତ୍ମୀୟମାନଙ୍କର ସହାୟତା ପାଇ ଶତ୍ରୁ ବିନାଶ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ମୁଣ୍ଡ ଉପରେ ଥିବା ଋଣ ବୋଝରୁ ମୁକ୍ତ ହୋଇପାରନ୍ତି। ସତ୍ କର୍ମରେ ନିଜକୁ ନିୟୋଜିତ କରିବେ।
ବୃଷ: ସାକ୍ଷାତକାରର ସାମନା କରିବା ପାଇଁ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ପତ୍ନୀଙ୍କ ସହଯୋଗରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ମନ ପ୍ରଫୁଲ୍ଲ ରହିବ। ସୁସ୍ଥ ରହିବେ।
ମିଥୁନ: କୃଷି କ୍ଷେତକୁ ତ୍ବରାନ୍ବିତ କରିବାରେ ସର୍ବଗ୍ରେ ରହିବେ। ଗୃହ ପରିବେଶକୁ ଉତ୍ତମ ମାନର କରିପାରନ୍ତି। ଯାନବାହନ ସୁଖ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ।
କର୍କଟ:ବିଭିନ୍ନ ସୂତ୍ରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ କରିପାରନ୍ତି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ ପାଇ ଆତ୍ମ ତୃପ୍ତି ଲାଭ କରିବେ। ସରକାରୀ ସହାୟତା ମିଳିପାରେ।
ସିଂହ: କର୍ମଚଞ୍ଚଳ ରହିବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସହିଷ୍ଣୁ ହେବେ। ବିଭିନ୍ନ ସ୍ତରରୁ ଧନରାଶି ପ୍ରାପ୍ତ ହେବେ।
କନ୍ୟା:ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ବିବାଦୀୟ ବିତର୍କରୁ ଓହରି ଆସିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ଶୁଭ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ବିଛା: ଜ୍ଞାନ ପିପାସୁ ହେବେ। ସତ୍ କର୍ମରେ ନିଜକୁ ନିୟୋଜିତ କରି ଆତ୍ମ ସନ୍ତୋଷ ଲାଭ କରିବେ। ବିଭାଗୀୟ ସ୍ତରରୁ ପ୍ରୋତ୍ସାହନ ଅର୍ଥ ରାଶି ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ।
ଧନୁ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିଭିନ୍ନ ସ୍ତରରୁ ଧନାଗମ ହୋଇ ଆର୍ଥିକ ସ୍ଥିତିକୁ ସ୍ବଚ୍ଛଳ ରଖିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭାଷା ମାର୍ଜିତ ହେବ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି।
ମକର: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଆଶ୍ରିତ ଓ ଅନୁଗତଙ୍କ ନମସ୍ୟ ହେବେ। ବିବାଦରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ:ଅନଟନର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ଉତ୍କଟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆଧ୍ୟାତ୍ମ ବଳରେ ବ୍ୟକ୍ତିତ୍ବର ସୁରକ୍ଷା କରିବେ।
ମୀନ :ଆଜି ଦିନଟି ଆପଣଙ୍କ ପାଇ ଅତ୍ୟନ୍ତ ସୁଖଦାୟକ ହୋଇପାରେ। କର୍ମକ୍ଷେତ୍ରରୁ ସଫଳତା ପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ।
More Stories
ସୁସ୍ଥ ରହିବେ….
ରାଜ କୃପା ମିଳିପାରେ….
ପତ୍ନୀ ସୁଶୀଳା ହେବେ…..