ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରିବେ। ରାଜଯୋଗ ଅଛି। ଉଚ୍ଚାସନ ମିଳିବ।
ବୃଷ : ଆୟୁଷ୍ମାନ୍ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ ହେବେ। ସୁଖୀ ହେବେ।
ମିଥୁନ : ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ। ସ୍ନେହଶୀଳ ହେବେ।
କର୍କଟ : ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।
ସିଂହ : କାର୍ଯ୍ୟରେ ଅସଙ୍ଗତି ଦେଖି କ୍ରୋଧ ପ୍ରକାଶ କରିପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ବ୍ୟବସାୟ ଲାଭଜନକ ହେବ।
କନ୍ୟା : ବନ୍ଧୁମିଳନରେ ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ସପତ୍ନୀକ ଦେବାର୍ଚ୍ଚନାରେ ନିୟୋଜିତ ହେବେ।
ତୁଳା : ଆୟ ହ୍ରାସ ପାଇବ; ତେଣୁ ବାହ୍ୟ ଖର୍ଚ୍ଚ ସୀମିତ କରିବାକୁ ବାଧ୍ୟ ହେବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଆୟୁଷ୍ମାନ୍ ହେବେ। ସୁସ୍ଥ ରହିବେ। ଚାକିରିରେ ସୁନାମ ଅର୍ଜନ କରିବେ। ଶତ୍ରୁହନ୍ତା ହେବେ।
ବିଛା : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। କରିତ୍କର୍ମା ହେବେ। ଈଶ୍ବର ବିଶ୍ବାସୀ ହେବେ।
ଧନୁ : ଉଦାର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷକ କର୍ମକାରୀ ହେବେ। ଜଳଯାତ୍ରାରେ ବିପଦ ଅଛି, ନ କରିବା ଭଲ।
ମକର : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ।
କୁମ୍ଭ : ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ମିତ୍ରମାନଙ୍କ ସହାୟତା ମିଳିବ।
ମୀନ : ରୋଜଗାର ଆଶାନୁରୂପ ହେବ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଲୋକପ୍ରିୟ ହେବେ। ସମାଜରେ ଗୌରବ ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ହେବେ।
More Stories
ପତ୍ନୀ ସୁଶୀଳା ହେବେ…..
ଯାନବାହନ ସୁଖ ମିଳିବ…..
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..