Report Card Odisha

| Daily Odia News

କାର୍ଯ୍ୟରେ ସଫଳତା ମିଳିବ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଧନ, ଜନ, ଗୋପ, ଲକ୍ଷ୍ମୀରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ସରସ୍ବତୀଙ୍କ ପ୍ରଭାବ ମଧ୍ୟ ଅନୁଭୂତ ହେବ। ଆନନ୍ଦଦାୟକ ଖବର ପାଇବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହସଖୁସିର ଦିନଟି ଆଜି।

ବୃଷ : କୃଷି କ୍ଷେତ୍ରରେ ମାଟିର ମଣିଷ ହୋଇ କାଦୁଅ ପାଣିଠୁ ଶୀତ-କାକର ପର୍ଯ୍ୟନ୍ତ କରିଥିବା ପରିଶ୍ରମ ମୂଲ୍ୟ ପାଇ ସପରିବାର ଖୁସି ମନାଇ ପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।

ମିଥୁନ : ସରକାରୀ ସୁବିଧା, ସୁଯୋଗ ହାସଲ କରି ପରିବାର ଚଳାଇବାର ଅଶାନ୍ତି ଦୂର କରିବାରେ ପାରଙ୍ଗମ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଦେବଦର୍ଶନ କରି ଅପାର ଆନନ୍ଦ ଲାଭ କରିପାରନ୍ତି।

କର୍କଟ : ଭାଗ୍ୟଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ନିବଦ୍ଧ ଅଛି । ସହନଶୀଳ ମନୋଭାବ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ। ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ : ସ୍ବନକ୍ଷତ୍ରର ଉଳ ଆଭାରେ ସ୍ବୟଂ ନିଜେ ଆଲୋକିତ ହେବା ସହିତ ଅନ୍ତେବାସୀଙ୍କ ଅଜ୍ଞାନ ଅନ୍ଧକାରକୁ ଦୂର କରିପାରନ୍ତି। ଖାଇଖୁଆଇ ଧନମନା ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସ୍ବାସ୍ଥ୍ୟ ଭଲ ରହିବ।
କନ୍ୟା : ଖର୍ଚ୍ଚ ବୃଦ୍ଧି ହେବା ସହ ଉଚ୍ଚ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସକୁ ଆଦରି ନେଇପାରନ୍ତି। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ।
ତୁଳା : ଜ୍ଞାନ ପିପାସା ମେଣ୍ଟାଇବା ପାଇଁ କୃଚ୍ଛ୍ର ସାଧନାରତ ହୋଇପାରନ୍ତି। ସତ୍‌କର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ନ୍ୟସ୍ତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କର୍ମତତ୍ପର ହେବେ।
ବିଛା : ଶିକ୍ଷକଙ୍କ ଭଳି ଅନୁଗତମାନଙ୍କ ମଧ୍ୟରେ ସଦାଚାରର ସୌରଭ ବୁଣି ଦେଇପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖଦାୟକ ହେବ। ଆର୍ଥିକ ସ୍ଥିତି ଦୃଢ଼ ରହିବ। କର୍ମତତ୍ପର ହେବେ।

ଧନୁ : ଭାଗ୍ୟାକାଶର ଉଳ ନକ୍ଷତ୍ର ଆପଣଙ୍କ ଚଳାପଥକୁ ଆଲୋକିତ କରିପାରେ। କାର୍ଯ୍ୟରେ ସଫଳତା ମିଳିବ। ମିଳିଥିବା କ୍ଷମତାର ବିକେନ୍ଦ୍ରୀକରଣ କରିପାରନ୍ତି। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ।

ମକର : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦକୁ ମୁକାବିଲା କରିପାରନ୍ତି। ପାଷାଣ ସଦୃଶ ହୃଦୟକୁ ରସସିକ୍ତ କରିବାକୁ ପଡ଼ିବ। ଆପଣଙ୍କୁ ମିଳିଥିବା ଆଶ୍ବାସନା ଅନ୍ତଃସାରଶୂନ୍ୟ ହୋଇପାରେ। ସତର୍କରେ ଚଳିବାକୁ ପଡ଼ିବ।
କୁମ୍ଭ : ଅତିମାନସ ଜ୍ଞାନଜ୍ୟୋତିକୁ ଉନ୍ମୋଚନ କରିପାରନ୍ତି। ମନୋଭାବ ପବିତ୍ର, ସ୍ଥିର ଓ ଶାନ୍ତ ରଖିପାରିଲେ ଜ୍ଞାନର ସମସ୍ତ ତତ୍ତ୍ବ, ସ୍ବତ୍ବ ପ୍ରକାଶିତ ହେବ। ଏକ ମାନବୋଚିତ କାର୍ଯ୍ୟ ପରୋପକାର କରିପାରନ୍ତି।

ମୀନ : ଲଗ୍ନ ଭାବରେ ଗୁରୁ ଉପବେସନ କରିଥିବାରୁ ତାଙ୍କର ନିର୍ଦେଶ ଆପଣଙ୍କୁ ସତ୍‌ପରାୟଣ କରିପାରେ। ଶତ୍ରୁ ଉପଦ୍ରବ ବିଲୋପ ହେବ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଋଣ ବୋଝ କମିପାରେ।

Breaking News