ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଧନ, ଜନ, ଗୋପ, ଲକ୍ଷ୍ମୀରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ସରସ୍ବତୀଙ୍କ ପ୍ରଭାବ ମଧ୍ୟ ଅନୁଭୂତ ହେବ। ଆନନ୍ଦଦାୟକ ଖବର ପାଇବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହସଖୁସିର ଦିନଟି ଆଜି।
ବୃଷ : କୃଷି କ୍ଷେତ୍ରରେ ମାଟିର ମଣିଷ ହୋଇ କାଦୁଅ ପାଣିଠୁ ଶୀତ-କାକର ପର୍ଯ୍ୟନ୍ତ କରିଥିବା ପରିଶ୍ରମ ମୂଲ୍ୟ ପାଇ ସପରିବାର ଖୁସି ମନାଇ ପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
ମିଥୁନ : ସରକାରୀ ସୁବିଧା, ସୁଯୋଗ ହାସଲ କରି ପରିବାର ଚଳାଇବାର ଅଶାନ୍ତି ଦୂର କରିବାରେ ପାରଙ୍ଗମ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଦେବଦର୍ଶନ କରି ଅପାର ଆନନ୍ଦ ଲାଭ କରିପାରନ୍ତି।
କର୍କଟ : ଭାଗ୍ୟଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ନିବଦ୍ଧ ଅଛି । ସହନଶୀଳ ମନୋଭାବ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ। ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ : ସ୍ବନକ୍ଷତ୍ରର ଉଳ ଆଭାରେ ସ୍ବୟଂ ନିଜେ ଆଲୋକିତ ହେବା ସହିତ ଅନ୍ତେବାସୀଙ୍କ ଅଜ୍ଞାନ ଅନ୍ଧକାରକୁ ଦୂର କରିପାରନ୍ତି। ଖାଇଖୁଆଇ ଧନମନା ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସ୍ବାସ୍ଥ୍ୟ ଭଲ ରହିବ।
କନ୍ୟା : ଖର୍ଚ୍ଚ ବୃଦ୍ଧି ହେବା ସହ ଉଚ୍ଚ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସକୁ ଆଦରି ନେଇପାରନ୍ତି। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ।
ତୁଳା : ଜ୍ଞାନ ପିପାସା ମେଣ୍ଟାଇବା ପାଇଁ କୃଚ୍ଛ୍ର ସାଧନାରତ ହୋଇପାରନ୍ତି। ସତ୍କର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ନ୍ୟସ୍ତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କର୍ମତତ୍ପର ହେବେ।
ବିଛା : ଶିକ୍ଷକଙ୍କ ଭଳି ଅନୁଗତମାନଙ୍କ ମଧ୍ୟରେ ସଦାଚାରର ସୌରଭ ବୁଣି ଦେଇପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖଦାୟକ ହେବ। ଆର୍ଥିକ ସ୍ଥିତି ଦୃଢ଼ ରହିବ। କର୍ମତତ୍ପର ହେବେ।
ଧନୁ : ଭାଗ୍ୟାକାଶର ଉଳ ନକ୍ଷତ୍ର ଆପଣଙ୍କ ଚଳାପଥକୁ ଆଲୋକିତ କରିପାରେ। କାର୍ଯ୍ୟରେ ସଫଳତା ମିଳିବ। ମିଳିଥିବା କ୍ଷମତାର ବିକେନ୍ଦ୍ରୀକରଣ କରିପାରନ୍ତି। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ।
ମକର : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦକୁ ମୁକାବିଲା କରିପାରନ୍ତି। ପାଷାଣ ସଦୃଶ ହୃଦୟକୁ ରସସିକ୍ତ କରିବାକୁ ପଡ଼ିବ। ଆପଣଙ୍କୁ ମିଳିଥିବା ଆଶ୍ବାସନା ଅନ୍ତଃସାରଶୂନ୍ୟ ହୋଇପାରେ। ସତର୍କରେ ଚଳିବାକୁ ପଡ଼ିବ।
କୁମ୍ଭ : ଅତିମାନସ ଜ୍ଞାନଜ୍ୟୋତିକୁ ଉନ୍ମୋଚନ କରିପାରନ୍ତି। ମନୋଭାବ ପବିତ୍ର, ସ୍ଥିର ଓ ଶାନ୍ତ ରଖିପାରିଲେ ଜ୍ଞାନର ସମସ୍ତ ତତ୍ତ୍ବ, ସ୍ବତ୍ବ ପ୍ରକାଶିତ ହେବ। ଏକ ମାନବୋଚିତ କାର୍ଯ୍ୟ ପରୋପକାର କରିପାରନ୍ତି।
ମୀନ : ଲଗ୍ନ ଭାବରେ ଗୁରୁ ଉପବେସନ କରିଥିବାରୁ ତାଙ୍କର ନିର୍ଦେଶ ଆପଣଙ୍କୁ ସତ୍ପରାୟଣ କରିପାରେ। ଶତ୍ରୁ ଉପଦ୍ରବ ବିଲୋପ ହେବ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଋଣ ବୋଝ କମିପାରେ।
More Stories
ଆଜି ମହାପ୍ରଭୁଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ……
ଶୁଭ ଫଳ ପାଇବେ……
ଭବିଷ୍ୟତ ଉଜ୍ଜ୍ବଳମୟ ହେବ……