Report Card Odisha

| Daily Odia News

ରାଜପ୍ରାସାଦ ତୁଲ୍ୟ ଗୃହ ସୁଖ ମିଳିପାରେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଧନଶାଳୀ ହେବେ। ସ୍ତ୍ରୀ ପୁତ୍ରସମ୍ପନ୍ନ ହେବେ। ପରୋପକାରୀ ହୋଇପାରନ୍ତି। ବିଦ୍ବାନ ଓ ଆଦରଣୀୟ ହେବେ। ଅନୁଚର କାର୍ଯ୍ୟରେ ପାରଙ୍ଗମ ହେବେ। ଦାନୀ ଓ ପୁଣ୍ୟାତ୍ମା ହୋଇପାରନ୍ତି।
ବୃଷ : ସରକାରୀ ସ୍ତରରୁ ଧନସମ୍ପଦ ଲାଭର ସୂଚନା ମିଳୁଛି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଯାନବାହନ ସୁଖ ମିଳିବ। ଶତ୍ରୁକୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ।
ମିଥୁନ : ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଗୁଣସମ୍ପନ୍ନ ହେବେ। ସନ୍ମାର୍ଗୀ ହୋଇପାରନ୍ତି।
କର୍କଟ : ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିପାରେ। ସୁବର୍ଣ୍ଣାଦି ବହୁ ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରାଜପ୍ରାସାଦ ତୁଲ୍ୟ ଗୃହ ସୁଖ ମିଳିପାରେ। ସୁଖୀ ହେବେ।
ସିଂହ : ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ଅନୁଦାନ ମିଳିପାରେ।
କନ୍ୟା : ବିଭିନ୍ନ ସ୍ତରରୁ ଧନାଗମ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁଧନର ଅଧିକାରୀ ହେବେ। ଶାସ୍ତ୍ରାଭାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହେବେ। ପରାମର୍ଶଦାତା ଓ କାବ୍ୟକର୍ତ୍ତା ହେବେ। ନୀତିନିଷ୍ଠ ହେବେ।
ତୁଳା : ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବିଛା : ପିତୃଭକ୍ତିସମ୍ପନ୍ନ ହେବେ। ସତ୍ୟବାଦୀ ହେବେ। ପାଣ୍ଡିତ୍ୟର ନିଦର୍ଶନ ହୋଇପାରନ୍ତି। ଭାଗ୍ୟବାନ୍‌ ହେବେ। ଉତ୍ତମ ମିତ୍ର ଓ ପୁତ୍ର ଲାଭ ହେବ। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି। ବଚନ ମଧୁର ହୋଇପାରେ।
ଧନୁ : ଶାନ୍ତ ସ୍ବଭାବସମ୍ପନ୍ନ ହେବେ। ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରୀୟ ହେବେ। ବିଦ୍ବାନ୍‌ ଓ ଦୟାଳୁ ହେବେ। ସରକାରୀ ସ୍ତରରୁ ଧନ ଓ ସମ୍ମାନ ସବୁକିଛି ମିଳିପାରେ। ସବୁ କାର୍ଯ୍ୟରେ ସଫଳତା ମିଳିବ।
ମକର : ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଚତୁର ହେବେ। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ମିଳିପାରେ। ଉତ୍ତମ ଗୁଣଯୁକ୍ତ ହେବେ। ଗୃହ ପରିବେଶ ଉତ୍ତମ ରହିବ।
କୁମ୍ଭ : ବିନୀତ ସ୍ବଭାବସମ୍ପନ୍ନ ହେବେ। ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍‌ ହେବେ। ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି। ହର୍ଷଯୁକ୍ତ, ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ଧନବାନ୍‌ ହେବେ।
ମୀନ : ଶାସ୍ତ୍ର ପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବେ। ରାଜବଂଶ ପୂଜିତ ହେବେ। ଦୟାଳୁ ସ୍ବଭାବର ହେବେ। ଦେବଗୁରୁ ଭକ୍ତ ହୋଇପାରନ୍ତି। ବିନୟୀ ସ୍ବଭାବସମ୍ପନ୍ନ ହେବେ। ଅଳ୍ପକେ ସନ୍ତୁଷ୍ଟ ହେବେ।

 

Breaking News