Report Card Odisha

| Daily Odia News

ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଜିତେନ୍ଦ୍ରୀୟ ହେବେ। ଧର୍ମରତ ହୋଇପାରନ୍ତି। ସରକାରଙ୍କ କୃପାପାତ୍ର ହେବେ। ନିଜ ପ୍ରିୟା, ପ୍ରୀତି ବନ୍ଧୁବାନ୍ଧବଙ୍କ ଆଦର୍ଶନୀୟ ହେବେ। ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭ।
ବୃଷ: ରୋହିଣୀ ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି କୃପଣ ହୋଇପାରନ୍ତି। ସଞ୍ଚାୟାଭିମୁଖୀ ହେବେ। ପରଶ୍ରୀକାତର ହେବେ। ପର କଥାରେ ମୁଣ୍ଡ ନ ପୂରାଇବା ଭଲ। କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟ ବ୍ୟସ୍ତ ରହିବେ।
ମିଥୁନ: ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପତ୍ନୀ ଶୁଭଦାୟିକା ହେବେ। ସତ୍ୟ ଓ ଦୟାର ଅବତାର ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ।
କର୍କଟ: ଅଶ୍ଲେଷା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଋଣ ପରିଶୋଧ କରି ଆଶ୍ବସ୍ତ ହୋଇପାରନ୍ତି। କାର୍ଯ୍ୟରେ ଅବହେଳା କରିପାରନ୍ତି। ପୁଷ୍ୟା ନକ୍ଷତ୍ରର ସାମାନ୍ୟ ଶୁଭ।

ସିଂହ: ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବିଭିନ୍ନ ସ୍ତରରୁ ଆୟ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜ୍ଞାନଗରିମାଯୁକ୍ତ ହେବେ। ମଘା ଓ ଉତ୍ତରାଫାଲ୍‌ଗୁନୀର ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବ।

କନ୍ୟା: ହସ୍ତା ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି କୃଷି କ୍ଷେତରୁ ଭଲ ଆମଦାନୀ କରିବେ। ସତ୍‌ପଥଗାମୀ ହେବେ। ବିବେକାନୁମୋଦିତ କାର୍ଯ୍ୟ କରିବେ। ଜନପ୍ରିୟ ହେବେ। ଉତ୍ତରାଫାଲ୍‌ଗୁନୀର ସାମାନ୍ୟ ଶୁଭ।

ତୁଳା: ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦ୍ୟୁତକ୍ରିୟା ପ୍ରିୟ ହେବେ। ପ୍ରଚୁର ଧନସମ୍ପଦର ଅଧୀଶ୍ବର ହୋଇପାରନ୍ତି। ସର୍ବଦା ଚପଳମତିସମ୍ପନ୍ନ ହେବେ। ସ୍ବାତୀ ନକ୍ଷତ୍ରର ସାମାନ୍ୟ ଶୁଭ।
ବିଛା: ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ବିଳାସବ୍ୟସନଠାରୁ ଦୂରେଇ ରହିବେ। ଭୂସମ୍ପତ୍ତିର ମାଲିକ ହୋଇପାରନ୍ତି। ଅନୁରାଧା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ଧନୁ: ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ବିନୀତ ସ୍ବଭାବସମ୍ପନ୍ନ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ପତ୍ନୀ କର୍ମତତ୍ପର ଓ ବନ୍ଧୁପ୍ରିୟା ହେବେ। ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ।

ମକର: ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ମଧୁର କଥା କହି ପରକୁ ଆପଣାର କରିବାରେ ସକ୍ଷମ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ବିବାଦୀୟ ହେବେ। ଧନିଷ୍ଠା ଓ ଉତ୍ତରାଷାଢ଼ାଙ୍କର କିଞ୍ଚିତ୍‌ ଶୁଭଫଳ।

କୁମ୍ଭ: ପୂର୍ବଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ମନୋଜ୍ଞ ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହେବେ। ସଦାସର୍ବାଦା ସମୃଦ୍ଧିର ଉତ୍ସ ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଶତଭିଷା ଓ ଧନିଷ୍ଠା ସମଫଳ ପ୍ରାପ୍ତ ହେବେ।

ମୀନ: ରେବତୀ ଓ ପୂର୍ବଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ଦ୍ବିଜ, ଦେବତାଙ୍କ ହିତ ସାଧନ କରିବେ। ବନ୍ଧୁବାନ୍ଧବଙ୍କ ଆଦର୍ଶନୀୟ ହେବେ। ପ୍ରବଳ ଉଦ୍ୟମୀ ହେବେ। ପୁଣ୍ୟବାନ୍‌ ହୋଇପାରନ୍ତି। ଦୃଢ଼ ପ୍ରତିଜ୍ଞ ହେବେ। ଉତ୍ତରାଭାଦ୍ରର ସାମାନ୍ୟ ଶୁଭ।

Breaking News