Report Card Odisha

| Daily Odia News

ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି । ନିରୋଗ ସ୍ବାସ୍ଥ୍ୟସମ୍ପନ୍ନ ହେବେ। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିବେ।

ବୃଷ : ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ମାତୃ ସେବା ବ୍ରତ ଆଚରଣ କରିବେ। ଭାଷା ମଧୁର ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ସାହସୀ ହେବେ। ସତ୍‌ପରାୟଣ ହେବେ।

ମିଥୁନ : ସହନଶୀଳ ମନୋଭାବ ଏକ ମହତ ପଣିଆ ; ଯାହା ଫଳରେ ଫଳୀନ ବୃକ୍ଷର ମାନ୍ୟତା ଆପଣଙ୍କୁ ମିଳିବ। ଜଣେ ଭାଗ୍ୟଶାଳୀ ବ୍ୟକ୍ତି ହେବେ। ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ମଧୁମୟ ହେବ।

କର୍କଟ : ସୁଖୈଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଜିହ୍ବା ଲାଳସାରେ ଅତିରିକ୍ତ ମିଷ୍ଟାନ୍ନ ଭୋଜନ ଅଜୀର୍ଣ୍ଣତାର କାରଣ ହୋଇପାରେ । ମାଲି ମୋକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯାଇ ଧନଲାଭର କାରଣ ହେବ।

ସିଂହ : ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ଦିବ୍ୟ ଶକ୍ତିସମ୍ପନ୍ନ ହେବେ। ରାଜଯୋଗ ଭୋଗ ଅଛି। ଦାତା ଓ ଗ୍ରହୀତା ଉଭୟ ଭୂମିକା ଗ୍ରହଣ କରିପାରନ୍ତି। ସେବାରେ ଅଧିକ ବ୍ୟୟ ହେବ।

କନ୍ୟା : ସଜ୍ଜନସଂଗୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅକ୍ଷୟ ଯଶର ଅଧିକାରୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି।

ତୁଳା : ଆପଣଙ୍କ ମହନୀୟ କର୍ମସମୂହ ଶୀର୍ଷାସନ ଦେଇପାରେ। ଦୟାର୍ଦ୍ରଚିତ୍ତରେ ଦୁର୍ଗତଙ୍କ ଆତ୍ମାଭାଜନ ହୋଇପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ ହେବେ। ଯଶ ଅର୍ଜନ କରିବେ।

ବିଛା : ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ପାରଙ୍ଗମ ହେବେ। ସନ୍‌ମାର୍ଗୀ ହୋଇ ନିଜର ଉତ୍ତରଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। କରିତ୍‌କର୍ମା ହେବେ।

ଧନୁ : ବ୍ୟତିକ୍ରମ ଉପୁଜିବ; ମାତ୍ର ସେହି ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିବେ। ସ୍ବାଭିମାନୀ ହେବେ। ବ୍ୟବସାୟରୁ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ମକର : ସ୍ବାର୍ଥକୈନ୍ଦ୍ରିକ ହେଲେ ବି ସେବା ଧର୍ମ ପାଇଁ ଉଦ୍ୟମ ଜାରି ରଖିବେ। ବ୍ୟବସାୟ ଲାଭଜନକ ହେବ। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ।
କୁମ୍ଭ : ଜ୍ଞାନର ଅବତରଣ କରାଇ ଜନମାନସକୁ ଉଦ୍‌ବୁଦ୍ଧ କରାଇପାରନ୍ତି। ଭ୍ରାତୃସ୍ନେହୀ ହେବେ। କୌଶଳରେ ଶତ୍ରୁତାର ଅବସାନ ଘଟାଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

ମୀନ : ଦୈବୀ ଶକ୍ତିସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବିତ ହେବେ। କର୍ମଚଞ୍ଚଳ ରହିବେ। ହଠାତ୍ କିଛି ଧନପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ସ୍ତରରୁ ପ୍ରବାହିତ ହେବ। ପତ୍ନୀଙ୍କ ସହାୟତା ମିିଳିବ।

 

Breaking News