ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି । ନିରୋଗ ସ୍ବାସ୍ଥ୍ୟସମ୍ପନ୍ନ ହେବେ। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିବେ।
ବୃଷ : ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ମାତୃ ସେବା ବ୍ରତ ଆଚରଣ କରିବେ। ଭାଷା ମଧୁର ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ସାହସୀ ହେବେ। ସତ୍ପରାୟଣ ହେବେ।
ମିଥୁନ : ସହନଶୀଳ ମନୋଭାବ ଏକ ମହତ ପଣିଆ ; ଯାହା ଫଳରେ ଫଳୀନ ବୃକ୍ଷର ମାନ୍ୟତା ଆପଣଙ୍କୁ ମିଳିବ। ଜଣେ ଭାଗ୍ୟଶାଳୀ ବ୍ୟକ୍ତି ହେବେ। ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ମଧୁମୟ ହେବ।
କର୍କଟ : ସୁଖୈଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଜିହ୍ବା ଲାଳସାରେ ଅତିରିକ୍ତ ମିଷ୍ଟାନ୍ନ ଭୋଜନ ଅଜୀର୍ଣ୍ଣତାର କାରଣ ହୋଇପାରେ । ମାଲି ମୋକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯାଇ ଧନଲାଭର କାରଣ ହେବ।
ସିଂହ : ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ଦିବ୍ୟ ଶକ୍ତିସମ୍ପନ୍ନ ହେବେ। ରାଜଯୋଗ ଭୋଗ ଅଛି। ଦାତା ଓ ଗ୍ରହୀତା ଉଭୟ ଭୂମିକା ଗ୍ରହଣ କରିପାରନ୍ତି। ସେବାରେ ଅଧିକ ବ୍ୟୟ ହେବ।
କନ୍ୟା : ସଜ୍ଜନସଂଗୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅକ୍ଷୟ ଯଶର ଅଧିକାରୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି।
ତୁଳା : ଆପଣଙ୍କ ମହନୀୟ କର୍ମସମୂହ ଶୀର୍ଷାସନ ଦେଇପାରେ। ଦୟାର୍ଦ୍ରଚିତ୍ତରେ ଦୁର୍ଗତଙ୍କ ଆତ୍ମାଭାଜନ ହୋଇପାରନ୍ତି। କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ ହେବେ। ଯଶ ଅର୍ଜନ କରିବେ।
ବିଛା : ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ କାର୍ଯ୍ୟକୁ ସାଧନ କରିବାରେ ପାରଙ୍ଗମ ହେବେ। ସନ୍ମାର୍ଗୀ ହୋଇ ନିଜର ଉତ୍ତରଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। କରିତ୍କର୍ମା ହେବେ।
ଧନୁ : ବ୍ୟତିକ୍ରମ ଉପୁଜିବ; ମାତ୍ର ସେହି ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିବେ। ସ୍ବାଭିମାନୀ ହେବେ। ବ୍ୟବସାୟରୁ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମକର : ସ୍ବାର୍ଥକୈନ୍ଦ୍ରିକ ହେଲେ ବି ସେବା ଧର୍ମ ପାଇଁ ଉଦ୍ୟମ ଜାରି ରଖିବେ। ବ୍ୟବସାୟ ଲାଭଜନକ ହେବ। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ।
କୁମ୍ଭ : ଜ୍ଞାନର ଅବତରଣ କରାଇ ଜନମାନସକୁ ଉଦ୍ବୁଦ୍ଧ କରାଇପାରନ୍ତି। ଭ୍ରାତୃସ୍ନେହୀ ହେବେ। କୌଶଳରେ ଶତ୍ରୁତାର ଅବସାନ ଘଟାଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ମୀନ : ଦୈବୀ ଶକ୍ତିସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବିତ ହେବେ। କର୍ମଚଞ୍ଚଳ ରହିବେ। ହଠାତ୍ କିଛି ଧନପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ସ୍ତରରୁ ପ୍ରବାହିତ ହେବ। ପତ୍ନୀଙ୍କ ସହାୟତା ମିିଳିବ।
More Stories
ସତର୍କତାର ଦିନ ଆଜି….
ସର୍ବତ୍ର ବିଜୟୀ ହେବେ…..
ସର୍ବଜୟୀ ହେବେ…..