Report Card Odisha

| Daily Odia News

ଅଦାନୀ ଓ ଅମ୍ବାନୀଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ରାହୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଦାନୀ ଓ ଅମ୍ବାନୀଙ୍କୁ ଗାଳି କରିବା ବନ୍ଦ କରିଦେଇଛନ୍ତି। ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି। କେବେ ଟଙ୍କା ଭିତରେ ଡିଲ୍‌ ହୋଇଛି ରାହୁଲ ଗାନ୍ଧିଙ୍କୁ ବୋଲି ପ୍ରଶ୍ନ କରିଛନ୍ତି ମୋଦି। ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ ବିଆରଏସ ଉପରେ ବର୍ଷିଛନ୍ତି। ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଅଦାନୀଙ୍କୁ ଗାଳି ଦେବା ବନ୍ଦ କରି ଦେଇଛନ୍ତି। କେତେ ଟଙ୍କା ଭିତରେ ଏମାନଙ୍କର ଡିଲ୍‌ ହୋଇଛି। ଅଦାନୀ ଓ ଅମ୍ବାନୀଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ରାହୁଲ। ତାହା ସର୍ବସମ୍ମୁଖରେ ଘୋଷଣା କରାଯାଉ। ଶେହଜାଦା ଏନେଇ ଉତ୍ତର ରଖନ୍ତୁ ବୋଲି ମୋଦି ଦାବି କରିଛନ୍ତି। ଜନସଭାକୁ ସମ୍ବୋଧିତ କରି ମୋଦି ବିଆର୍‌ଏସ୍‌ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, ‘ଦୁର୍ନୀତି ଏଭଳି ଏକ ଫେଭିକଲ୍‌ ଯାହା କଂଗ୍ରେସ ଓ ବିଆର୍‌ଏସ୍‌ର କମନ୍‌ କ୍ୟରେକ୍ଟର ଅଟେ। ଏମାନେ ଗୋଟିଏ ହିଁ ମୁଦ୍ରାର ଦୁଇଟି ପାର୍ଶ୍ୱ। ବିଜେପି ‘ରାଷ୍ଟ୍ର-ପ୍ରଥମ’ ନୀତିରେ କାର୍ଯ୍ୟ କରୁଛି। କିନ୍ତୁ କଂଗ୍ରେସ ଏବଂ ବିଆରଏସ ତେଲେଙ୍ଗାନାରେ ‘ପରିବାର-ପ୍ରଥମ’ ନୀତି ଅନୁସରଣ କରୁଛନ୍ତି।’ ସେ ଆହୁରି କହିଛନ୍ତି କଂଗ୍ରେସ ଏବଂ ବିଆରଏସ୍ ସଂପୂର୍ଣ୍ଣ ଭାବରେ ପରିବାର ପରିବାର ପାଇଁ ପରିବାର ଦ୍ୱାରା ଅଟନ୍ତି। କଂଗ୍ରେସ ଏବଂ ବିଆରଏସକୁ ଯାହା ଯୋଡୁଛି ତାହା ହେଉଛି ଦୁର୍ନୀତି, ଆପତ୍ତିଜନକ ରାଜନୀତି ଏବଂ ଶୂନ୍ୟ ଶାସନର ଆଦର୍ଶ। ତେଣୁ ଆମକୁ ତେଲେଙ୍ଗାନାକୁ ଏହି ଦଳର ଦୁର୍ନୀତିଗ୍ରସ୍ତ କବଳରୁ ରକ୍ଷା କରିବାକୁ ହେବ।’

 

 

Breaking News