ରିପୋର୍ଟ କାର୍ଡ / ଝାଡ଼ଖଣ୍ଡର
ହାୱଡା– ମୁମ୍ବାଇ ଏକ୍ସପ୍ରେସ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରାଜଖରସୁଆଁ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଅଘଟଣ ଫଳରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନ୍ର ୧୮ଟି ବଗି ଟ୍ରାକ୍ରୁ ଖସି ଯାଇଥିବା ଜଣାଯାଇଛି। ଆଜି ଭୋର୍ ୩ଟା ୪୫ମିନିଟରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ଟ୍ରେନ୍। ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଟ୍ରେନ୍ ଝାରସୁଗୁଡ଼ା ଓ ରାଉରକେଲା ଦେଇ ଯାତାୟତ କରୁଥିବା ହେତୁ ଏଥିରେ ବହୁ ଓଡ଼ିଆ ଲୋକ ଯାତ୍ରା କରୁଥିବା ଅନୁମାନ କରାଯାଉଛି। ଏଥିଲାଗି ରେଳବାଇ ପକ୍ଷରୁ ଝାରସୁଗୁଡ଼ା ଓ ରାଉରକେଲା ହେଲ୍ପ ଲାଇନ୍ ଜାରି କରାଯାଇଛି। ଖବର ପାଇ ଚକ୍ରଧରପୁର ଡିଭିଜନ୍ ADRM ଓ ରେଲୱେର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରେ କାହାର ମୃତ୍ୟୁ ହୋଇ ନଥିବା ଚକ୍ରଧରପୁର ଡିଭିଜନ୍ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଯାତ୍ରୀଙ୍କ ପାଇଁ ଚକ୍ରଧରପୁର ଷ୍ଟେସନରୁ ଅତିରିକ୍ତ ଟ୍ରେନ୍ ବ୍ୟବସ୍ଥା କରାଯାଉଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……