ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି ରହିଛି। ଆଜି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା ପ୍ରସାଦ ବାହିନୀପତି। ପ୍ରଥମେ ପୋଡ଼ିୟମ ଉପରକୁ ଚଢ଼ିଲେ, ବହି ଫିଙ୍ଗିଲେ। ବାଚସ୍ପତି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁନାହାନ୍ତି କହି କଂଗ୍ରେସର କକ୍ଷତ୍ୟାଗ କରିିଥିଲା। ସେହିପରି ବାଚସ୍ପତିଙ୍କ ମାଇକ ଟାଣିଥିଲେ ତାରା ବାହିନୀପତି । ତାଙ୍କୁ ସୁରକ୍ଷାବାହିନ ପକ୍ଷରୁ ଅଟକାଯାଇଥିଲା। ଫଳରେ ସୁରକ୍ଷାବାହିନୀ ଓ ତାରାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ଗୃହ ମଧ୍ୟରେ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦାବି କରିଛନ୍ତି ।






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ମୁଖ୍ୟମନ୍ତ୍ରୀ ଜାରି କଲେ ୮ସୂତ୍ରୀ ମାର୍ଗଦର୍ଶିକା…..
ବେଆଇନ ନିଯୁକ୍ତି ନେଇ ତାଗିଦ…..