ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବା ନେଇ ରାଜ୍ୟ ସରକାର ଗତବର୍ଷ ବାଧ୍ୟତାମୂଳକ କରିଥିଲେ । ଏହାକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେବାରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ସମୟସୀମା ଏକାଧିକ ବାର ବୃଦ୍ଧି କରି କରିଥିଲେ ରାଜ୍ୟ ସରକାର । ତେବେ ଆଜିଠାରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଆରମ୍ଭ ହୋଇଛି । ଯେଉଁ ଗାଡ଼ିଗୁଡ଼ିକରେ ଏଚଏଚଅରପି ନଥିବ, ସେହି ଗାଡ଼ି ଚାଳକଙ୍କଠାରୁ ଠାରୁ ଇ-ଚାଲାଣ ମାଧ୍ୟମରେ ୫-୧୦ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ଜୁନ ୨୩ ତାରିଖରୁ ରାଜ୍ୟରେ ଏଚଏସଆରପି ଚେକିଂ କରାଯିବ ବୋଲି ଗତ ୮ ତାରିଖରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନ ରାଜ୍ୟରେ ୧୦ ଲକ୍ଷ ଗାଡ଼ିରେ ଏଚଏସଆରପି ଲାଗି ନାହିଁ । ତେଣୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ରାସ୍ତାକୁ ଗାଡ଼ି ବାହାର ନକରିବାକୁ କୁହାଯାଇଛି । ନକଲି ରେଜିଷ୍ଟ୍ରେସନ କରିଥିବା ଗାଡ଼ିକୁ ସିଜ୍ କରିଦିଆଯିବ ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..