Report Card Odisha

| Daily Odia News

ହାଇଦରରକୁ ଜଗିବା ବଦଳରେ ଅୟସ କରୁଥିଲା ପୋଲିସ, ଜଣାପଡିବା ପରେ ଛାଡିଲେ ଲଜ….

ରିପୋର୍ଟ କାର୍ଡ / କଟକ

ଗ୍ୟାଙ୍ଗଷ୍ଟର‌ ହାଇଦରର ପଇସାରେ ପୋଲିସ କର୍ମଚାରୀ ଅୟସ କରୁଥିଲେ । ଏ ଖବର ଜଣାପଡିବା ପରେ ବିଳମ୍ବିତ ରାତିରେ ଅହଲ୍ୟା ଲଜ ଛାଡିଛନ୍ତି ସମ୍ବଲପୁରରୁ ଆସିଥିବା ପୋଲିସ କର୍ମଚାରୀ । ଗତ ୨୩ ତାରିଖରୁ ଏସସିବିକୁ ହାଇଦର ଆସିବା ପରେ ପୋଲିସ କର୍ମଚାରୀ ସେହି ଦିନ ଠାରୁ ଲଜରେ ରହି ଆସୁଥିଲେ । ହାଇଦରକୁ ଏସସିବିରେ ୬ ଜଣ ପୋଲିସ ୨୪ ଘଣ୍ଟା ଜଗିବା ବଦଳରେ ଯେଉଁ ଲଜରେ ରହୁଥିଲେ ପୋଲିସ । ମଙ୍ଗଳାବାଗ କାଠଗୋଲା ସାହିର ଅହଲ୍ୟା ଲଜରେ ଗଲା ମାର୍ଚ୍ଚ ୨୩ ତାରିଖରୁ ଦୁଇଟି ରୁମ୍‌ କନଷ୍ଟେବଳ ମହମ୍ମଦ ମୌସିମ୍‌ ଓ ଉମାକାନ୍ତ ବେହେରାଙ୍କ ନାଁରେ ବୁକ୍‌ ହୋଇଥିଲା । ଲଜରେ ରୁମ୍‌ ବୁକ୍‌ କରିବାକୁ ଏହି ପୋଲିସ କର୍ମଚାରୀ ପରିଚୟପତ୍ରର ଜେରକ୍ସ କପି ଲଜରେ ଦାଖଲ କରିଥିଲେ । ଲଜ୍‌ ଭଡ଼ା ବାବଦକୁ ଏମାନେ ଟଙ୍କା ବି ଜମା କରିଛନ୍ତି । ତେବେ ଏହି ଟଙ୍କା ଗ୍ୟାଙ୍ଗଷ୍ଟର ହାଇଦର‌ ବହନ କରିଥିବା ଜଣାପଡିଛି । ମଙ୍ଗଳାବାଗ ଥାନା ପୋଲିସ ଅହଲ୍ୟା ଲଜରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଜବତ କରି ଏହାର କର୍ମଚାରୀଙ୍କୁ ଏବେ ଜେରା କରୁଛି ।

Breaking News