ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବତନ ଆପ୍ ନେତା କୁମାର ବିଶ୍ୱାସ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଯୋଡ଼ିଥିଲେ। ଏହାର ଜବାବ ଦେଇ କେଜ୍ରିୱାଲ ସବୁ ଦଳର ଶୀର୍ଷ ନେତାମାନଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି। ସେ କହିଛନ୍ତି, “ମୁଁ ସମ୍ଭବତଃ ଗୋଟିଏ ଭଲ ଆତଙ୍କବାଦୀ ଯିଏ ଲୋକଙ୍କ ପାଇଁ ସ୍କୁଲ ଓ ହସ୍ପିଟାଲ ତିଆରି କରିଛି।” ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯଦି ମୁଁ ବିଚ୍ଛିନ୍ନତାବାଦୀଙ୍କ ସମର୍ଥକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଥିଲେ, ତା’ହେଲେ ସେ କାହିଁକି ମୋ ବିରୋଧରେ ତଦନ୍ତ କଲେ ନାହିଁ କି ପ୍ରମାଣ ଉପସ୍ଥାପନ କଲେ ନାହିଁ? ସେମାନେ(ବିଜେପି ଓ କଂଗ୍ରେସ ନେତା) ୧୦ ବର୍ଷ ହେଲେ ମୋତେ ଏମିତି କହି ଆସୁଛନ୍ତି। ଅରବିନ୍ଦ କେଜ୍ରିୱାଲ ଦେଶକୁ ଦୁଇ ଭାଗରେ ବିଭକ୍ତ କରିବେ ଓ ଗୋଟିଏ ଭାଗ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେମାନେ ଅଭିଯୋଗ କରୁଛନ୍ତି। କିନ୍ତୁ ଏହା ଏକ କମେଡି। ଏପରି ଦାବି ଉପରେ କେବଳ ହସିବା ଦରକାର ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..