ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ପରିଚାଳନାକୁ ନେଇ ମୁହଁ ଖୋଲିଛନ୍ତି ଆଉ ଜଣେ ଟାଣୁଆ ନେତା । ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଆଜି ମୁହଁ ଖୋଲି କହିଛନ୍ତି ଯେ ଆଗକୁ ଯଦି ଦଳ ଠିକ୍ ଭାବେ ନଚାଲେ ତାହେଲେ ଦଳଠୁ ଦୂରେଇ ଯିବି । ମୁଁ ଏବେ ବିଜେଡିରେ ଅଛି, କିନ୍ତୁ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । ବିଜେଡି ସଠିକ୍ ଭାବେ ବିରୋଧୀ ଦଳ ଭୂମିକା ନିର୍ବାହ କରୁନାହିଁ । ପୂର୍ବ ବିଚାରଧାରାରେ ଦଳ ନାହିଁ । ଦଳକୁ ସଂଗଠିତ କରିବାକୁ ପିଏସି, ଶୃଙ୍ଖଳା କମିଟି ପାଇଁ କହିଥିଲୁ, ଯାହାକି ହୋଇଛି କିନ୍ତୁ ଅନ୍ୟ ପ୍ରସ୍ତାବଗୁଡିକ ଦଳରେ ଗ୍ରହଣ କରାଯାଇନାହିଁ । ମୋ ସହିତ କେହି ଆଲୋଚନା କରି ନାହାନ୍ତି କି ମୁଁ କାହାକୁ ଭେଟିନି । ଏହାସହିତ ସେ କହିଛନ୍ତି ଯେ ନୂଆ ବିଜେଡି ଦଳ ଗଠନ ସମୟ ନୁହେଁ, ପୁରୁଣାକୁ ସଠିକ୍ ପରିଚାଳନା ଦରକାର ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..