ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଲଏସି ସେପଟେ ୩ଟି ବିମାନ ଘାଟିରେ ଚୀନ ବାୟୁସେନା ଏବେ ବି ଜଗି ରହିଛି । କିନ୍ତୁ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି ନୂଆ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ଭି.ଆର.ଚୌଧୁରୀ କହିଛନ୍ତି । ଆସନ୍ତା ୮ ତାରିଖରେ ବାୟୁସେନା ଦିବସ ପାଳନ ହେବାକୁ ଥିବାବେଳେ ତା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚୌଧୁରୀ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ହେଉଛି ଏଲଏସି ସେପଟେ ଏବେ ବି ଚୀନ ବାୟୁସେନାର ଲଢୁଆ ବିମାନ ମୁତୟନ ରହିଛି । କିନ୍ତୁ ତାହାର ମୁକାବିଲା ପାଇଁ ଭାରତୀୟ ବାୟୁସେନାର ଆବଶ୍ୟକ ସଂଖ୍ୟକ ବିମାନ ମୁତୟନ ରହିବା ସହ ପ୍ରସ୍ତୁତ ଅଛନ୍ତି । ତେବେ ସେ କହିଛନ୍ତି ଯେ ଲଦାଖରରେ ଚୀନ ବାୟୁସେନାର ମାରକ କ୍ଷମତା ଅପେକ୍ଷାକୃତ ଦୁର୍ବଳ । ଏହା ସହିତ ଭାରତୀୟ ବାୟୁସେନାରେ ରାଫେଲ ବିମାନ ଓ ଆପାଚେ ହେଲିକପ୍ଟର ସାମିଲ ହେବା ଦ୍ବାରା ଆମର ଲଢୁଆ କ୍ଷମତା ବୃଦ୍ଧି ପାଇଛି । ଆଗକୁ ମଧ୍ୟ ଲଢୁଆ କ୍ଷମତାକୁ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଛି । ଏକା ସମୟରେ ଉଭୟ ଚୀନ ଓ ପାକିସ୍ତାନର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି । ସେହିପରି ସାଇବର ଆକ୍ରମଣର ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତି କରାଯାଇଛି ବୋଲି ସେ କହିଛନ୍ତି ।
Discussion about this post