ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସକାଳେ କେନ୍ଦ୍ରୀୟ ଭାରତରେ ଏକ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍ଙ୍କର ମୃତ୍ୟୁ ଘଟିଛି ବୋଲି ଭାରତୀୟ ବାୟୁସେନା ଟୁଇଟ୍ କରି ସୁନିଶ୍ଚିତ କରିଛି। କେନ୍ଦ୍ରୀୟ ଭାରତରେ ଥିବା ଏକ ବିମାନଘାଟିରୁ ତାଲିମ ଅଭିଯାନରେ ଉଡ଼ାଣ ଆରମ୍ଭ କରିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ଗ୍ରୁପ୍ କମାଣ୍ଡର୍ ଏ. ଗୁପ୍ତାଙ୍କର ମୃତ୍ୟୁ ଘଟିଛି। ଗଭୀର ଶୋକ ବ୍ୟକ୍ତ କରିବା ସହ ଏ ଭଳି ସମୟରେ ‘ଭାରତୀୟ ବାୟୁସେନା’ ତାଙ୍କ ପରିବାରବର୍ଗଙ୍କ ସାଥୀରେ ରହିଛି ବୋଲି ଜଣାଇଛି। ଦୁର୍ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍ ଇନ୍କ୍ୱାରି’ ଆଦେଶ ଦିଆଯାଇଛି ବୋଲି ଟୁଇଟ୍ କରି ବାୟୁସେନା କହିଛି।





More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..