ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ। ଦିଲ୍ଲୀରେ ହାଜର ହେବା ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ଦିଲ୍ଲୀରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ସହ ସମସ୍ତ ତଥ୍ୟ ରଖିବେ ବୋଲି ବିଷ୍ଣୁପଦ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଭୁବନେଶ୍ୱରରେ ହାଜର ନ ହେବା ପାଇଁ ସେ ଚିଠି ଲେଖିଥିବା ଜଣାପଡ଼ିଛି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ୍ ଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସିବିଆଇ। ୧୦ ତାରିଖରେ ସମନ ଜାରି ହୋଇଥିବାବଏଳେ ୧୧ ତାରିଖରେ ହାଜର ପାଇଁ କୁହାଯାଇଥିଲା। ଏହା ମଧ୍ୟରେ ବିଷ୍ଣୁପଦଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇ ଜେରା କରି ସାରିଛି।ଏହି ୩ଜଣ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଲାଂଚ ଟଙ୍କା ନେଣଦେଣ ହେଉଥିବା ସିବିଆଇ ସନ୍ଦେହ କରିଛି।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..