Report Card Odisha

| Daily Odia News

ପ୍ରକାଶ ପାଇଲା IAS ରେଜଲ୍ଟ,ଇଶିତା ଟପ୍ପର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁପିଏସସି ଦ୍ୱାରା ପରିଚାଳିତ ଆଇଏଏସ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ପ୍ରଥମ ଚାରିଟି ସ୍ଥାନରେ ୪ ଜଣ ଝିଅ ରହିଛନ୍ତି | ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହାରାଥୀ ଏନ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ର ରହିଛନ୍ତି । ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଲିଖିତ ପରୀକ୍ଷା ଆୟୋଜିତ ହୋଇଥିଲା । ଏହାପରେ ଚଳିତ ବର୍ଷ ଜାନୁଆରୀ- ମେ ମାସ ମଧ୍ୟରେ ସାକ୍ଷାତକାର ଆୟୋଜିତ ହୋଇଥିଲା । ଏହି ପରୀକ୍ଷାରେ ମୋଟ ୯୩୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜେନେରାଲ ବର୍ଗର ୩୪୫ ଜଣ, ଇଡବ୍ଲ୍ୟୁଏସ ବର୍ଗର ୯୯ ଜଣ, ଓବିସି ବର୍ଗର ୨୬୩ ଜଣ, ଏସସି ବର୍ଗର ୧୫୪ ଜଣ ଓ ଏସଟି ବର୍ଗର ୭୨ ଜଣ ପ୍ରାର୍ଥୀ ରହିଛନ୍ତି । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ବିଦେଶ ଦେବା (ଆଇଏଫଏସ), ଭାରତୀୟ ପୋଲିସ ସେବା (ଆଇପିଏସ), ଜାତୀୟ ସେବାର ଗ୍ରୁପ-ଏ ଓ ଗ୍ରୁପ-ବି ପଦରେ ନିଯୁକ୍ତି ଦିଆଯିବ । ଏହି ପରୀକ୍ଷାରେ ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା ୬୭ତମ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

Breaking News