ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି। ଆଇବି ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଏହି ବୃଦ୍ଧି ଜୁନ୍ ୩୦ ପରେ ଏକ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଯାହା ପୂର୍ବରୁ ହୁଏ, ତାହା କାର୍ଯ୍ୟକାରୀ ହେବ। ସେ ଜୁନ ୩୦ରେ ଅବସର ନେବେନି, ଆଉ ବର୍ଷେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି। ତାଙ୍କ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ଦେଇ ମୋଦୀ ସରକାର ଦ୍ୱାରା ଦିଆଯାଇଥିବା ଏହା ଲଗାତାର ଦ୍ୱିତୀୟ ଏକ ବର୍ଷ ବୃଦ୍ଧି। ଗତ ବର୍ଷ ଜୁନରେ ତାଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀରେ ପଦୋନ୍ନତି ଦିଆଯାଇଛି, ଏହା ପୂର୍ବରୁ ଅତିରିକ୍ତ ନିର୍ଦ୍ଦେଶକ ଭାବରେ ସେ କାର୍ଯ୍ୟ କରିଥିଲେ।ତପନ କୁମାର ଡେକା(୬୨) ହେଉଛନ୍ତି ହିମାଚଳ ପ୍ରଦେଶ କ୍ୟାଡରର ଜଣେ ୧୯୮୮ ବ୍ୟାଚ୍ ଭାରତୀୟ ପୋଲିସ ସେବା ଅଧିକାରୀ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….