Report Card Odisha

| Daily Odia News

ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଞ୍ଚାୟତ ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ଏସଇସିଙ୍କ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଆର୍ଥିକ ସହାୟତା ମିଳିବ । ପୂର୍ବରୁ ଥିବା ମୃତ୍ୟୁ ଜନିତ ଅନୁକମ୍ପା ରାଶିକୁ ବଢ଼ାଇଛନ୍ତି ଏସଇସି । ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ସରକାରୀଙ୍କ ଅଧିକାରୀଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇଦିଆଯିବ । ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ମୃତ୍ୟୁ ପାଇଁ ଏହି ଅନୁକମ୍ପା ରାଶି ଯୋଗାଇଦିଆଯିବ । ଏହା ସହ ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ । ହିଂସାରେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ଶରୀରର କୌଣସି ଅଙ୍ଗ ଅର୍କମଣ୍ୟ ହେଲେ ୧୫ ଲକ୍ଷ ଟଙ୍କା ମିଳିବ । ଗୁରତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିବ । କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କା ମିଳିବ । ଡ୍ୟୁଟି ସମୟରେ କୋଭିଡ ଆକ୍ରାନ୍ତ ହେଲେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦିଆଯିବ ।

Breaking News