ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଗତ କିଛି ବର୍ଷ ଧରି ପାକିସ୍ତାନର ଅର୍ଥାବସ୍ଥା ଭୁଶୁଡି ପଡିଛି । ସବୁ ଦରଦାମ ଆକାଶ ଛୁଆଁ । ସାଧାରଣଲୋକ ଖାଦ୍ୟାଭାବରେ ରହିଛନ୍ତି । ପାକିସ୍ତାନର ଉତ୍ତରରେ ତାଲିବାନ୍ ଆକ୍ରମଣ କରୁଛି । ବେଲୁଚିସ୍ତାନରେ ଅଲଗା ଦେଶ ପାଇଁ ବିଚ୍ଛିନ୍ନତାବାଦୀ ପାକ୍ ସେନାର ନିଦ ହଜାଇ ସାରିଲେଣି । ଏବେ ପାକିସ୍ତାନ ଋଣ ଭାରରେ ବୁଡି ଗଲାଣି । ଲୋକ ଭଲକରି ଖାଇବା ପାଇଁ ପାଉ ନାହାନ୍ତି ତଥାପି ଯୁଦ୍ଧ ଛଡା ଅନ୍ୟ କିଛି ଉପାୟ ନାହିଁ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି । ଶୁକ୍ରବାରରେ ବିଭିନ୍ନ ଗଣମାଧ୍ୟମରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଏପରି ବୟାନ ଦେଇଛନ୍ତି । ଭାରତ ପାକିସ୍ତାନର ଅନେକ କ୍ଷତି କରିସାରିଲାଣି ବୋଲି ସେ କହିଛନ୍ତି । ଏବେ ପାକିସ୍ତାନ ପାଖର ଯୁଦ୍ଧକୁ ଯିବା ଛଡା ଅନ୍ୟ କିଛି ଉପାୟ ନାହିଁ ବୋଲି ସେ କହିଛନ୍ତି । ସାଧାରଣଲୋକ ଭାବନ୍ତୁନି ଯେ ଯୁଦ୍ଧ ହେବ ନାହିଁ । ଏବେ ତାଙ୍କ ଦ୍ୱାରଦେଶରେ ଯୁଦ୍ଧ ବୋଲି ସେ କହିଛନ୍ତି । ପାକିସ୍ତାନ ଶାନ୍ତି ଚାହୁଁଥିଲା ବୋଲି ସେ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି । ଭାରତକୁ ସେ ଉଚିତ୍ ଜବାବ୍ ଦେବେ ବୋଲି କହିଛନ୍ତି । ତେବେ ଆକ୍ରମଣ ବିଷୟରେ ସେ କୌଣସି ସୂଚନା ଦେଇ ନାହିନ୍ତି ।
More Stories
ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ….
ଧର୍ମଶାଳା ଏବିଡିଓ ଗିରଫ…..
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ !….