ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିମାଚଳ ପ୍ରଦେଶ ପୋଲିସର ଜଣେ ଆଇଜି ପାହ୍ୟା ଅଧିକାରୀଙ୍କ ସମେତ ୮ ପୋଲିସ କର୍ମଚାରୀଙ୍କୁ ଏକ ହାଜତ ମୃତ୍ୟୁ ଘଟଣାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୭ରେ ଶିମଳା ନିକଟ କୋଟଖାଇଠାରେ ଘଟିଥିବା ବହୁଚର୍ଚ୍ଚିତ ୧୬ ବର୍ଷୀୟା ସ୍କୁଲ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତ କୁହାଯାଉଥିବା ସୂରଜ ସିଂହର ପୋଲିସ ହାଜତରେ ମୃତ୍ୟୁ ଘଟିଥିଲା। ଏହି ମାମଲାର ତଥ୍ୟ ପ୍ରମାଣ ନଷ୍ଟ ସହ ନକଲି ତଥ୍ୟ ପ୍ରମାଣ ଦାଖଲ ଘଟଣାରେ ଆଇଜି ଜହୁର ହାଇଦର ଜାଇଦି ଓ ଅନ୍ୟ ୭ ପୋଲିସ କର୍ମଚାରୀ ସ୍ବତନ୍ତ୍ର ସିବିଆଇ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟ ଦୋଷୀଙ୍କ ମଧ୍ୟରେ ଜଣେ ଏସ୍ଆଇ, ଜଣେ ଏଏସ୍ଆଇ ଓ କନ୍ଷ୍ଟେବଳ ଅଛନ୍ତି। ଶିମଳା ଏସ୍ପି ଡି.ୱାଇ ନେଗି ଏହି ମାମଲାରେ ଦୋଷମୁକ୍ତ ହୋଇଛନ୍ତି।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..