ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ତେହେରିକ-ଇ-ଇନସାଫ ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ ୯ରେ ହୋଇଥିବା ହିଂସାକାଣ୍ଡ ସହ ଜିଏଚ୍କ୍ୟୁ ଆକ୍ରମଣ ମାମଲାରେ ଗିରଫ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରେ ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି) ଜିଏଚ୍କ୍ୟୁ ଆକ୍ରମଣ ମାମଲା ସହ ମେଟ୍ରୋ ଷ୍ଟେସନରେ ଅଗ୍ନିକାଣ୍ଡ ଏବଂ ହିଂସା ସୃଷ୍ଟି କରିବା ଘଟଣାରେ ଖାନଙ୍କୁ ହାଜର ହେବାକୁ କୁହାଯାଇଥିଲା | ତେବେ ସେ ଅନଲାଇନ ମାଧ୍ୟମରେ କୋର୍ଟରେ ଯୋଗ ଦେଇଥିଲେ କାରଣ ସୁରକ୍ଷା ଦୃଷ୍ଟିରୁ ସେ କୋର୍ଟରେ ହାଜର ହୋଇପାରିନଥିଲେ। ଶୁଣାଣି ସମୟରେ ଆରଏ ବଜାର ପୋଲିସ ଷ୍ଟେସନ ପକ୍ଷରୁ ଇମ୍ରାନଙ୍କୁ ରିମାଣ୍ଡରେ ନେବାକୁ ଅନୁରୋଧ କରାଯାଇଥିଲା, ତେବେ ବିଚାରପତି ମଲିକ ଇଜାଜ ଆସିଫ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଖାନଙ୍କୁ ଜେଲରେ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁୟାରୀ ୨୩, ୨୦୨୪ରେ ଧାର୍ଯ୍ୟ ହୋଇଥିବା ପରବର୍ତ୍ତୀ ଶୁଣାଣିରେ ଯୁକ୍ତି ଏବଂ ପ୍ରମାଣ ଉପସ୍ଥାପନ କରିବାକୁ ବିଚାରପତି ନୋଟିସ୍ ଜାରି କରିଛନ୍ତି।






More Stories
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..