ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରାଜିଲ୍ରେ କରୋନା ଭୟଙ୍କର ରୂପ ନେଇଛି | କରୋନା ଜନିତ ମୃତ୍ୟୁ ୩ ଲକ୍ଷ ଅତିକ୍ରମ କରିଛି। ଗତ ମଙ୍ଗଳବାର ପ୍ରଥମ ଥର ପାଇଁ ବ୍ରାଜିଲ୍ରେ କରୋନା ମୃତ୍ୟୁ ୩ ହଜାର ଟପିଥିଲା । ଗୋଟିଏ ଦିନରେ ବ୍ରାଜିଲ୍ରେ ୩,୨୫୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା ବୋଲି ବ୍ରାଜିଲ୍ ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ। ଗତକାଲି ବ୍ରାଜିଲ୍ରେ ସଂକ୍ରମଣ ୯୦ ହଜାର ଟପିଯାଇଛି। ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢ଼ିବାରୁ ବ୍ରାଜିଲ୍ ରାଷ୍ଟ୍ରପତି ଜେଆର୍ ବଲ୍ସୋନାରୋ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ବଲ୍ସୋନାରୋ ଲକ୍ଡାଉନ୍କୁ ବିରୋଧ କରିବା ସହ ଟିକାର ଫଳପ୍ରଦତା ନେଇ ସନ୍ଦେହ ପ୍ରକଟ କରିଥିବାରୁ ସ୍ଥିତି ବିଗିଡ଼ି ଯାଇଥିବା କୁହାଯାଉଛି। ଲାଟିନ୍ ଆମେରିକାର ସବୁଠୁ ବଡ଼ ରାଷ୍ଟ୍ର ବ୍ରାଜିଲ୍ ଏବେ କରୋନା ମୃତ୍ୟୁର ବୈଶ୍ବିକ ଏପିସେଣ୍ଟର୍ ପାଲଟିଛି। ସଂକ୍ରମଣ ବଢ଼ିବାରୁ ବ୍ରାଜିଲ୍ରେ ଟିକାକରଣ ତ୍ବରାନ୍ବିତ କରିବାପାଇଁ ନିଷ୍ପତ୍ତି ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କିରୋଗା କହିଛନ୍ତି, ସରକାର ଦୈନିକ ୧୦ ଲକ୍ଷ ଲୋକଙ୍କୁ ଟିକା ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..