Report Card Odisha

| Daily Odia News

ଡାକ୍ତରଖାନାରେ ନିଆଁ ଲାଗି ୨ ମୃତ, ୭୦ରୁ ଅଧିକ କରୋନା ରୋଗୀ ସ୍ଥାନାନ୍ତର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୁମ୍ବାଇର ଏକ ଡାକ୍ତରଖାନାରେ ନିଆଁ ଲାଗି ୨ ଜଣଙ୍କର ମୃତ୍ୟୁ ହୋଇଛି | ଡାକ୍ତରଖାନାରେ ୭୦ରୁ ଅଧିକ କରୋନା ରୋଗୀ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁମ୍ବାଇର ଭାଂଡୁପ ଇଲାକାରେ ଥିବା ଡ୍ରିମ୍‌ ମଲ୍‌ରେ ନିଆଁ ଲାଗି ଯାଇଥିଲା। ଏହାର ତୃତୀୟ ମହଲାରେ ଡାକ୍ତରଖାନା ଥିଲା। ରାତି ପ୍ରାୟ ସାଢେ ୧୨ଟା ହେବ ମଲ୍‌ରେ ନିଆଁ ଲାଗିଥିଲା। ୭୦ରୁ ଅଧିକ କରୋନା ସଂକ୍ରମିତ ରୋଗୀ ଡ୍ରିମସ ମଲ୍‌ରେ ଥିବା ସନରାଇଜ୍‌ ହସ୍ପିଟାଲ ଦେଇ ବାହାରକୁ ଚାଲି ଆସିଥିଲେ। ତେବେ କିପରି ନିଆଁ ଲାଗିଲା ତାହାର କାରଣ ଜଣାପଡ଼ି ନାହିଁ। ଘଟଣାର ତଦନ୍ତ ଜାରି ରହଛି। ସ୍ଥାନୀୟ ପୋଲିସ ଅଧିକାରୀ ଏଏନଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମଲ୍‌ର ପ୍ରଥମ ମହଲାର ଲେବୁଲ୍‌-୩ କିମ୍ବା ଲେଭଲ-୪ରେ ନିଆଁ ପ୍ରଥମେ ଲାଗି ଯାଇଥିଲା। ୨୨ରୁ ୨୩ ଫାୟର ବ୍ରିଗେଡ ଗାଡ଼ି ଆସି ନିଆଁକୁ ଆୟତ କରିଥିଲେ। ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, ୭୦ ଜଣ ରୋଗୀଙ୍କ ମଧ୍ୟରୁ ୩୦ ଜଣ ରୋଗୀଙ୍କୁ ମୁଲୁଣ୍ଡ ଜମ୍ବୋ ସେଣ୍ଟରକୁ ସିଫ୍ଟ କରାଯାଇଛି। ତିନିଜଣ ଫୋର୍ଟିସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟ ୪ ଜଣଙ୍କୁ ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ମେୟର କିଶୋରୀ ପେଡ୍‌ନେକର ଏଏନଆଇକୁ ସୂଚନା ଦେଇ କହିଛନ୍ତି, ପ୍ରଥମଥର ପାଇଁ ମୁଁ ଦେଖୁଛି କୌଣସି ମଲରେ ଡାକ୍ତରଖାନା ଖୋଲା ଯାଇଛି। ଏହା ଅତ୍ୟନ୍ତ ଗମ୍ଭୀର କଥା । ୭ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ୭୦ ଜଣ ରୋଗୀ ଅନ୍ୟ ଡାକ୍ତରଖାନାକୁ ପଠାଯାଇଛି।

Breaking News