Report Card Odisha

| Daily Odia News

ନୂଆପଡ଼ା-ବରଗଡ଼ ରେଳ ଲାଇନ୍‌କୁ କେନ୍ଦ୍ରର ମଞ୍ଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନୂଆପଡ଼ା -ବରଗଡ଼ ରୋଡ୍‌ ରେଳ ଲାଇନ୍‌କୁ କେନ୍ଦ୍ରର ମଞ୍ଜୁରୀ ମିଳିଛି । ଆଜି ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ସୁରେଶ ପୂଜାରୀ। ସୂଚନାରୁ ପ୍ରକାଶ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଅଗଷ୍ଟ ୫ ତାରିଖ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ନୂଆପଡ଼ା ରୋଡ୍‌-ବରଗଡ଼ ରୋଡ୍‌ ରେଳ ଲାଇନ୍‌କୁ ମଂଜୁରୀ ଦେବାକୁ ଅନୁରୋଧ କରିଥିଲେ। ସାଂସଦଙ୍କ ଅନୁରୋଧକୁ ରକ୍ଷା କରି ରେଳ ମନ୍ତ୍ରଣାଳୟ ନୂଆପଡ଼ା-ବରଗଡ଼ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବା ଶ୍ରୀ ବୈଷ୍ଣବ ଚିଠି ଲେଖି ଅବଗତ କରାଇଛନ୍ତି। ନୂଆପଡ଼ା ରୋଡ୍‌-ବରଗଡ଼ ରୋଡ୍‌ ରେଳ ଲାଇନ୍‌ ୧୪୨ କିମି ହେବ। ଏହି ରେଳପଥରେ ୧୪ଟି ଷ୍ଟେସନ ରହିବ। ଏଥିସହ ନବବର୍ଷ ପାଇଁ ଶ୍ରୀ ବୈଷ୍ଣବ, ସାଂସଦ ସୁରେଶ ପୂଜାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

Breaking News