ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀର ଆତଙ୍କ ଭିତରେ ବ୍ରିଟେନରୁ ଆସିଛି ବଡ ଖବର | ସାଉଥ ୱେଷ୍ଟ ଇଂଲଣ୍ଡରୁ ଅତ୍ୟନ୍ତ ବିରଳ ଧରଣର ବାର୍ଡ ଫ୍ଲୁ ରୋଗ ଜଣେ ବ୍ୟକ୍ତିଙ୍କ ଠାରେ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥା । ବ୍ୟକ୍ତି ଜଣଙ୍କ ଏକାଧିକ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ନିୟମିତ ଭାବେ ଆସିବା ଯୋଗୁଁ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି। ବ୍ରିଟେନ ବର୍ତ୍ତମାନ ସମୟରେ ପକ୍ଷୀଙ୍କ ଠାରୁ ବ୍ୟାପୁଥିବା ବାର୍ଡ ଫ୍ଲୁକୁ ନେଇ ଚିନ୍ତାରେ ରହିଛି । ୟୁକେର ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଏଭିୟନ ଫ୍ଲୁ ପକ୍ଷୀରୁ ମଣିଷକୁ ବ୍ୟାପିବା ଘଟଣା ଅତି ବିରଳ ଏବଂ ବ୍ରିଟେନରେ ଏହା ପୂର୍ବରୁ ଏପରି ମାମଲା ଅତି କମ । ସଂକ୍ରମିତ ବ୍ୟକ୍ତି ଜଣଙ୍କ ସୁରକ୍ଷିତ ଅଛନ୍ତି ଏବଂ ନିଜରୁ ଆଇସୋଲେଟ କରି ନେଇଥିବା ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି। ଏହାସହ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଏବଂ ତାଙ୍କ ଘର ଆଖପାଖର ସମସ୍ତଙ୍କ ଯାଞ୍ଚ କରାଯାଇଛି, ସଂକ୍ରମଣ ଆଗକୁ ବ୍ୟାପିଥିବାର କୌଣସି ପ୍ରମାଣ ମିଳି ନାହିଁ । ଯଦିଓ ଏଭିୟନ ଫ୍ଲୁରୁ ଲୋକଙ୍କ ପ୍ରତି କମ ବିପଦ ରହିଛି, ତଥାପି ସଂକ୍ରମିତ ଏବଂ ମୃତ ପକ୍ଷୀଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିବା ସ୍ବାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..