Report Card Odisha

| Daily Odia News

କେନ୍ଦ୍ରାପଡ଼ା ୩ ଟ୍ରଲର ବ୍ୟବସାୟୀଙ୍କ ଘରେ ଚଢ଼ାଉ…..

ରିପୋର୍ଟ କାର୍ଡ / କେନ୍ଦ୍ରାପଡା  

ରାଜ୍ୟରେ ୨୬ଟି ଜାଗାରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ମତ୍ସ୍ୟ ଚାଷ ଖାଦ୍ୟ ଦାନା, ବୋଟ ଓ ଟ୍ରଲର ଇତ୍ୟାଦି ବ୍ୟବସାୟୀଙ୍କ ଘରେ କରାଯାଇଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଉପାନ୍ତ ଅଞ୍ଚଳ ତାଲଚୁଆରେ ଚାଲିଛି ହୋଇଥିଲା। ୬ଟି ଟିମରେ ପ୍ରାୟ ୪୦ ଜଣ ସାମିଲ ହେଇଥିଲେ। ଏଥିସହ ପଟ୍ଟାମୁଣ୍ଡାଇରେ ବି ଚଢ଼ାଉ କରାଯାଇଛି । ବ୍ୟାପକ ଅନିୟମିତତା ଅଭିଯୋଗରେ କାଗଜପତ୍ର ଯାଞ୍ଚ କରୁଛି ଟିମ୍।ତାଲାଚୁଆର ମଦନ ଦେବନାଥ, ଅମୋଲ ପ୍ରଧାନ ଓ ସୋର୍ଜେଶ ମଣ୍ଡଳଙ୍କ ତାଳଚୁଆ ବାସଭବନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଏମାନଙ୍କର ବାଲେଶ୍ଵର, ଧାମରା, କଟକ ଓ ଭୁବନେଶ୍ବରରେ ଘର ରହିଥିବାର ଖବର ମିଳିଛି। ମଦନ ଦେବନାଥଙ୍କ ପାଖରେ ରହିଛି ୧୪ଟି ଟ୍ରଲର। ଗୋଟିକର ମୂଲ୍ୟ ଦେଢ଼ କୋଟି। ଏହାଛଡ଼ା ତାଙ୍କର ୧୦ଟି ଟ୍ରକ୍ ବି ଅଛି। ଏଥିରୁ ବର୍ଷକୁ ୪୦୦ କୋଟିର କାରବାର ହେଉଥିବା ଜଣାଯାଇଛି। ଏଣେ ଅମୋଲ ପ୍ରଧାନଙ୍କର ୪ଟି ଟ୍ରଲର ସହ ପେଟ୍ରୋଲ ପମ୍ପ, ବରଫ ଫ୍ୟାକ୍ଟ୍ରି ଓ ଟ୍ରକ୍ ରହିଛି। ସେହିପରି ସୋର୍ଜେଶ ମଣ୍ଡଳଙ୍କର ଦୁଇଟି ଟ୍ରଲର ରହିଛି। ଏମାନେ ଆୟକର ଫାଙ୍କୁଥିବା ସନ୍ଦେହରେ ଚଢ଼ାଉ କରାଯାଉଛି।

 

 

 

Breaking News