ରିପୋର୍ଟ କାର୍ଡ / ସମ୍ବଲପୁର
ଆଜି ଦ୍ଵିତୀୟ ଦିନରେ ନବ ଦାସଙ୍କ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ସମ୍ବଲପୁର ସ୍ଥିତ ଘର ଓ ଅଫିସ ଏବଂ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ଚଢାଉ ଜାରି ରହିଛି। ଟିକସ ଠକେଇ ଅଭିଯୋଗରେ କାଲି ୪୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଆୟକର ବିଭାଗ । ଆୟକର ଫାଙ୍କିବା ନେଇ ଯାଞ୍ଚକାରୀ ଦଳ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡ଼ିଛି। ତେବେ ଆୟକର ଅଧିକାରୀ କି ସଂପୃକ୍ତ ଠିକାଦାରମାନେ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। ତେଣୁ କେଉଁ ସୂତ୍ରରୁ ଏହି ଚଢ଼ଉ ଓ ଏଥିରୁ କ’ଣ ମିଳିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଭୁବନେଶ୍ବର ଓ ରାୟପୁର ଆୟକର ମଣ୍ଡଳ ଅଧିକାରୀମାନେ ଚଢ଼ଉରେ ସାମିଲ ହୋଇଛନ୍ତି। ସମ୍ବଲପୁର ସହରର ଧନକଉଡ଼ା ମୁଖ୍ୟରାସ୍ତାରେ ଥିବା ବାସଗୃହ, ତା’ ପଛପଟେ ଥିବା ଭଡ଼ାଘର ଓ ମୁଖ୍ୟ କାର୍ଯ୍ୟାଳୟ ସମେତ ଧନୁପାଲିର ଏକ ଘରେ ଚଢ଼ଉ କରାଯାଇଛି। ଏଥିସହ ବଲାଙ୍ଗିର, ବରଗଡ଼ ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଥିବା ଶାଖା କାର୍ଯ୍ୟାଳୟ/କାର୍ଯ୍ୟ କ୍ଷେତ୍ରରେ ଆୟକର ଅଧିକାରୀମାନେ ଯାଞ୍ଚ ଜାରି କରିଥିଲେ। ତେବେ ଚଢ଼ଉ ବେଳେ ବ୍ରଜ ଦାସ କୌଣସି କାମରେ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..