ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି ) ପ୍ରମାଣପତ୍ରର ବୈଧତା ୭ ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି | ଏନେଇ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ତୁରନ୍ତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇଛି। ଯେଉଁମାନଙ୍କର ଶିକ୍ଷା ପ୍ରମାଣପତ୍ରର ବୈଧତା ଏହିବର୍ଷ ଶେଷ ହୋଇଯାଇଛି ସେମାନେ ମଧ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଯୋଗ୍ୟ ହେବେ । ଶିକ୍ଷାମନ୍ତ୍ରୀ କହିଛନ୍ତି, ଯେଉଁ ପ୍ରାର୍ଥୀଙ୍କ ୭ ବର୍ଷର ଅବଧି ସମାପ୍ତ ହୋଇସାରିଛି ତାଙ୍କୁ ଟିଇଟି ସାର୍ଟିଫିକେଟ ପ୍ରଦାନ ପାଇଁ ସଂପୃକ୍ତ ରାଜ୍ୟଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |
More Stories
ଅନଲାଇନ୍ ଗେମ୍ ନେଲା ଜୀବନ…..
କୃଷି ଏବଂ କୃଷକଙ୍କ ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ….
ହମାସ୍କୁ ଟମ୍ପ୍ରଙ୍କ ଧମକ, ମଧ୍ୟପ୍ରାଚ୍ୟରେ ବିନାଶ ଆରମ୍ଭ ହେବ…..