Report Card Odisha

| Daily Odia News

ପ୍ରଥମ ଟେଷ୍ଟର ପ୍ରତିଶୋଧ ନେଲା ଭାରତ, ୩୧୭ ରନ୍‌ରେ ଇଂଲଣ୍ଡକୁ ହରାଇଲା

ଚେନ୍ନାଇ (ବିବିଏମ୍ ଟିଭି): ପ୍ରଥମ ଟେଷ୍ଟର ପ୍ରତିଶୋଧ ନେଲା ଭାରତ । ଭ୍ରମଣକାରୀ ଇଂଲଣ୍ଡକୁ ୩୧୭ ରନରେ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଭାରତ। ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟରେ ଆଜି ଇଂଲଣ୍ଡ ଦଳ ୧୬୪ ରନରେ ଅଲଆଉଟ୍ ହେବା ଫଳରେ ଭାରତ ଠାରୁ ୩୧୭ ରନରେ ପରାଜିତ ହୋଇଛି। ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ରେ ସିରିଜ ବରାବର କରିଛନ୍ତି ।


ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ଲାଗି ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ୩୨୯ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୩୪ ରନ କରି ସମସ୍ତ ଉଇକେଟ ହରାଇଥିଲା। ଫଳରେ ଭାରତ ୧୯୫ ରନରେ ଅଗ୍ରଣୀ ରହିଥିଲା।
ପ୍ରଥମ ଇନିଂସରେ ମୋଟ ୧୯୫ ରନରେ ଅଗ୍ରଣୀ ଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଆର. ଅଶ୍ବୀନ ୧୦୬ ରନ କରିଥିବାବେଳେ ଅଧିନାୟକ ବିରାଟ କୋହଲି ୬୨ରନ କରିଥିଲେ । ଇଂଲାଣ୍ଡ ପକ୍ଷରୁ ଜାକ୍ ଲିଚ୍ ଓ ମୋଇନ ଅଲ୍ଲୀ ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଭାରତୀୟ ଦଳ ୨୮୬ ରନ କରିବା ପରେ ଇଂଲଣ୍ଡ ଆଗରେ ୪୮୨ ରନର ଲକ୍ଷ୍ୟ ରଖିଥିଲା । ମାତ୍ର ଇଂଲଣ୍ଡ ଦଳ ଆରମ୍ଭରୁ ବ୍ୟାଟିଂ ବିପର‌୍ୟ୍ୟ ୟର ସାମ୍ନା କରିଥିଲା।
ଏହି ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗତକାଲି ଷ୍ଟମ୍ସ ଅପସାରଣ ବେଳକୁ ୩ ଓ୍ବିକେଟ ହରାଇ ୫୩ ରନ କରିଥିଲା । ଓପନର ରୋରି ବର୍ନସ ୨୫ ରନ କରି ଆଉଟ ହୋଇଥିବାବେଳେ ଡୋମିନିକ ସିବଲି ୩ ରନ ଓ ଜାକ ଲିଚ୍ ୦ ରନରେ ଆଉଟ ହୋଇଥିଲେ। ଆଜି ଖେଳ ଆରମ୍ଭରୁ ଡାନିଏଲ ଲରେନ୍ସ ଓ ଜୋ ରୁଟ ବ୍ୟାଟିଂ ଆରମ୍ଭ କରି ବିଶେଷ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ୧୬୪ରନରେ ସମସ୍ତ ଉଇକେଟ୍ ହରାଇଥିଲା ଦଳ।

ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ଖେଳୁଥିବା ଅକ୍ଷର ପଟେଲ ୫ଟି ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ଟି ଓ କୁଳଦୀପ ଯାଦବ ୨ଟି ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଶେଷ ଆଡକୁ ମୋଇନ ଅଲ୍ଲୀ ଦ୍ରୁତ ୪୩ ରନ କରିଥିଲେ ମଧ୍ୟ ଇଂଲଣ୍ଡକୁ ପରାଜୟରୁ ରକ୍ଷା କରି ପାରିନଥିଲେ ।

Breaking News