ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବା ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିନକେନ ବଡ଼ ବୟାନ ଦେଇଛନ୍ତି। ଗୋଟିଏ ବର୍ଷ ହେଲାଣି ୟୁକ୍ରେନ ରୁଷ ଯୁଦ୍ଧ ଲାଗିରହିଛି | ଦିଗରେ କେବଳ ଭାରତ ଓ ଚାଇନା ହିଁ ଅଟକାଇ ପାରିବେ ବୋଲି ସେ କହିଛନ୍ତି। ଏଥିସହ ଯୁଦ୍ଧ ଶେଷ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କେବେ ଠାରୁ ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ରଶସ୍ତ୍ର ମାଡ଼ ହୋଇସାରନ୍ତାନି । ହେଲେ ଏହା ଭାରତ ଓ ଚାଇନା ପାଇଁ ଅଟକିଛି ବୋଲି ସେ ଦାବି କରିଛନ୍ତି। ମାର୍ଚ୍ଚ ୧ରେ ଭାରତ ଗସ୍ତରେ ଆସିବାକୁ ଥିବା ବ୍ଲିନକେନ କହିଛନ୍ତି, ବର୍ତ୍ତମାନ ସମୟରେ ରୁଷ ସହ ଭାରତ ଓ ଚାଇନାର ଭଲ ସମ୍ପର୍କ ରହିଛି। ସେମାନଙ୍କ ପାଇଁ ରୁଷ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିନି। ତେଣୁ ଆଗକୁ ମଧ୍ୟ ଭାରତ ଓ ଚାଇନା ହିଁ ରୁଷକୁ ପରମାଣୁ ଯୁଦ୍ଧାସ୍ତ୍ର ବ୍ୟବହାର କରିବା ଦିଗରେ ଅଟକାଇ ପାରିବେ ବୋଲି ସେ ଆଶା କରିଛନ୍ତି। ଦି ଆଣ୍ଟଲାନଟିକୁ ସାକ୍ଷାତକାର ଦେଇ ବ୍ଲିନକେନ କହିଛନ୍ତି, “ପୁଟିନ ସମ୍ଭବତଃ ଅଧିକ ପ୍ରତିକ୍ରିୟାଶୀଳ ହୋଇସାରନ୍ତେଣି। ସେ ଅଧିକ ହିଂସ୍ର ବି ହୋଇଯାଇଥିଲେ। ମସ୍କୋରୁ ଆସୁଥିବା ବୟାନରୁ ଜଣପଡ଼ୁଥିଲା ଯେ ସେମାନେ ବେଶ ଯୋଜନାବଦ୍ଧ ଭାବେ ୟୁକ୍ରେନ ବିରୋଧରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବେ। ଏହା ସମସ୍ତଙ୍କ ଚିନ୍ତା ବଢ଼ାଇଥିଲା। ହେଲେ ସେମିତି କିଛି ହୋଇନି। ଭାରତ ଓ ଚାଇନା ଭଳି ଦେଶ ପାଇଁ ରୁଷ ଅଟକି ରହିଛି। ରୁଷ ସହ ବର୍ତ୍ତମାନ ସମୟରେ ଭଲ ସମ୍ପର୍କ ରଖିଥିବା ଦେଶ ମଧ୍ୟରେ କେବଳ ଭାରତ ,ଚାଇନା । ଆମେ ସେଭଳି ଦେଶକୁ ଅନୁରୋଧ କରୁଛୁ ଯେ ସେମାନେ ପୁଟିନକୁ ଭଲ ଭାବେ ବୁଝାଇ ପରମାଣୁ ଅସ୍ତ୍ରର ବ୍ୟବହାର ଯେମିତି ନ ହେବ, ତା’କୁ ନିଶ୍ଚିତ କରନ୍ତୁ। ଆମେ ଜାଣିଛୁ ଯେ ସେମାନେ ଏହି ବାର୍ତ୍ତା ମଧ୍ୟ ପୂର୍ବରୁ ଦେଇ ସାରିଛନ୍ତି। ଏହାର ପ୍ରଭାବ ମଧ୍ୟ ରୁଷ ଉପରେ ପଡ଼ିଛି।ଆଣ୍ଟୋନୀ ବ୍ଲିନକେନ ଏହା ମଧ୍ୟ କହିଛନ୍ତି ଯେ ଭାରତ ଓ ରୁଷ ମଧ୍ୟରେ ଦୀର୍ଘଦିନର ସମ୍ପର୍କ ରହିଥିବା କଥା ଆମେରିକା ଭଲ ଭାବେ ଜାଣିଛି। କିନ୍ତୁ ଏବେ ଭାରତ ଓ ଆମେରିକା ମଧ୍ୟରେ ମଧ୍ୟ ସୁସମ୍ପର୍କ ଗଢ଼ି ଉଠିଛି। ଭାରତକୁ ଦୀର୍ଘ ଦଶନ୍ଧି ଧରି ରୁଷ ହିଁ ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଆସୁଛି। କିନ୍ତୁ ବିଗତ କିଛି ବର୍ଷ ହେଲା ଆମେ ଦେଖିବାକୁ ପାଉଛୁ ଯେ ଭାରତ ଆଉ ରୁଷ ଉପରେ ସଂପୂର୍ଣ୍ଣ ନିର୍ଭର କରୁନାହିଁ। ଭାରତ ଏବେ ଆମେରିକା ସହ ସମ୍ପର୍କ ଗଢ଼ିଛି। ଫ୍ରାନ୍ସ ସହ ମଧ୍ୟ ଭାରତର ଭଲ ସମ୍ପର୍କ ରହିଛି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..