Report Card Odisha

| Daily Odia News

ଆଜି ଭାରତ-ଚୀନ ଆଲୋଚନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବୁଧବାର ଋଷର କାଜାନଠାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ । ବର୍ତ୍ତମାନର ଜଟିଳ ବିଶ୍ବ ପରିସ୍ଥିତି ମଧ୍ୟରେ ଏହି ବୈଠକ ଉପରେ ସାରା ବିଶ୍ବର ନଜର ରହିବ । ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି, ଆସନ୍ତାକାଲି ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ ବୋଲି ମୁଁ ନିଶ୍ଚିତ କରୁଛି। ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ୨୦୨୦ରୁ ଚାଲିଥିବା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ହୋଇଛି। ଦୁଇ ଦେଶ ମଧ୍ୟରେ ବୁଝାମଣା ପରେ ଚୀନ୍ ରାଷ୍ଟ୍ରଦୂତମାନେ ଆଜି (ଅକ୍ଟୋବର ୨୨, ୨୦୨୪) ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭେଟିଥିଲେ, ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକରେ ଏହି ରାଜିନାମା ଉପରେ ଆଲୋଚନା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ୨୦୨୩ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନରାଷ୍ଟ୍ରପତି ସି ଜିନପିଙ୍ଗ ଶେଷ ଥର ପାଇଁ ସାକ୍ଷାତ କରିଥିଲେ । ଏହା ପୂର୍ବରୁ ୨୦୨୦ମସିହାରେ ଜି-୨୦ ଶିଖର ସମ୍ମିଳନୀରେ ଦୁଇ ନେତା ସାକ୍ଷାତ କରିଥିଲେ।

Breaking News