Report Card Odisha

| Daily Odia News

ଭାରତ ଯୁଦ୍ଧରେ ବିଶ୍ବାସ କରେ ନାହିଁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ କେବେହେଲେ ଯୁଦ୍ଧ ଚାହେଁ ନାହିଁ କି ଯୁଦ୍ଧକୁ ସମାଧାନର ରାସ୍ତା ବିବେଚନା କରେ ନାହିଁ। ମାତ୍ର ଭାରତକୁ ଯୁଦ୍ଧ କରିବା ଲାଗି ଯଦି କେହି ବାଧ୍ୟ କରେ ତେବେ ଏହା କାହାକୁ ଛାଡିବ ନାହିଁ। ଅରୁଣାଚଳ ପ୍ରଦେଶରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ୟିନକିଓେଙ୍ଗା ରାସ୍ତାର ସିଓମ ସେତୁ ଉପରେ ଆୟୋଜିତ ଉଦ୍‌ଘାଟନ ଉତ୍ସବରେ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି ଯେ ଭାରତ ସର୍ବଦା ଯୁଦ୍ଧର ପରିପନ୍ଥୀ। ଭାରତ ଯୁଦ୍ଧରେ ବିଶ୍ବାସ କରେ ନାହିଁ। ଏହା ହେଉଛି ଭାରତ ନୀତି। ଯଦି କେହି ଯୁଦ୍ଧ କରିବା ଲାଗି ଆମକୁ ବାଧ୍ୟ କରେ ତେବେ ଆମେ ତାକୁ ଛାଡିବୁ ନାହିଁ। ବିଶ୍ବ ଅତୀତ ଓ ବର୍ତ୍ତମାନ ସମୟରେ ଅନେକ ଯୁଦ୍ଧ ଦେଖିଛି। ମାତ୍ର କୌଣସି ଯୁଦ୍ଧ ସମସ୍ୟା ସମାଧାନ କରିବାରେ ସଫଳ ହୋଇ ନାହିଁ। ତେଣୁ ସମସ୍ୟା ସମାଧାନର ଏକମାତ୍ର ରାସ୍ତା ହେଉଛି ଆପୋଷ କଥାବାର୍ତ୍ତା। ଯଦି କେହି କଥାବାର୍ତ୍ତାରେ ବିଶ୍ବାସ ନ କରି ଯୁଦ୍ଧର ରାସ୍ତା ଆପଣାଏ ତେବେ ଭାରତ ଏହାର ଜବାବ ଦେବାକୁ ପ୍ରସ୍ତୁତ ରହିଛି।

Breaking News