Report Card Odisha

| Daily Odia News

ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇଁ ଲକ୍‌ଡାଉନର ଆବଶ୍ୟକ:US Dr Fauci…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ଦୈନିକ କରୋନା ସଂକ୍ରମଣ ୪ ଲକ୍ଷ ପାର କରିଛି। ସଂକ୍ରମଣ ରୋକିବାକୁ ହେଲେ ଭାରତ କୁ ଦୁଇ ସପ୍ତାହ ପାଇଁ ତୁରନ୍ତ ଲକଡାଉନ୍ ଲଗାଇବା ଆବଶ୍ୟକ ରହିଛି। ଆମେରିକାର ଶୀର୍ଷ ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫାଉସି କରୋନାଭାଇରସର ବିସ୍ତାରକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । “କହିଛନ୍ତି, କି ଦେଶକୁ ସାମୟିକ ଭାବେ ଲକ୍‌ଡାଉନ୍‌ କରାଗଲେ ସଂକ୍ରମଣ ହାର ହ୍ରାସ ପାଇପାରେ।, ମୁଁ ଭାବୁଛି ଏହା ଗୁରୁତ୍ୱପୂର୍ଣ୍ଣ।  କାରଣ ମାରାତ୍ମକ ଦ୍ୱିତୀୟ ତରଙ୍ଗ ହ୍ରାସ ହେବାର କୌଣସି ଚିହ୍ନ ନାହିଁ । ଏହି ସମୟରେ କିଛି ସପ୍ତାହ ପାଇଁ ଲକ୍‌ଡାଉନ୍‌ ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇପାରେ। ଫାଉସି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା ମଧ୍ୟ ଅଛନ୍ତି। ଡାକ୍ତର ଫାଉସି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଔଷଧ, ଅକ୍ସିଜେନ୍‌,ପିପିଇ କିଟର ଶୀଘ୍ର ଉପଲବ୍ଧତା ଉପରେ ଗୁରୁତ୍ବ ଦେବା ଦରକାର। ଭାରତ ଯେଉଁଭଳି ସଙ୍କଟ ଦେଇ ଗତି କରୁଛି ଏହି ସମୟରେ ସଙ୍କଟ ହରଣ ସମୂହକୁ ଏକତ୍ରିତ କରିବାର ସମୟ ଆସିଛି। ଏହା ଦ୍ବାରା କରୋନାକୁ ରୋକିବା ପାଇଁ ଯଥାସମ୍ଭବ ଉପାୟ ଅବଲମ୍ବନ କରାଯାଇପାରିବ। ଏହା ସହ ସେ କୌଣସି ଦେଶର ନାଁ ନନେଇ ସେ କହିଛନ୍ତି, ‘ ସମୟ ପୂର୍ବରୁ ବିଜୟ ଘୋଷଣା କରିବା ଅପରିପକ୍ବତା ଅଟେ।’ ଏବେ ଭାରତ ସରକାର ଯଥାସମ୍ଭବ ଦେଶକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଦରକାର ବୋଲି ସେ କହିଛନ୍ତି । ଚୀନର ଉଦାହରଣ ଦେଇ ଫାଉସି କହିଛନ୍ତି, ଗତବର୍ଷ ଚୀନରେ ସଂକ୍ରମଣ ବିସ୍ଫୋରଣ ଦେଖିବାକୁ ମିଳିବା ପରେ ସେଠାକାର ସରକାର ପୂରା ଦେଶକୁ ବନ୍ଦ କରିଦେଇଥିଲେ। କିନ୍ତୁ ଏବେ ଦେଶକୁ ୬ ମାସ ପୂରା ବନ୍ଦ କରିବାର ଆବଶ୍ୟକତା ନଥିଲେ ବି ଆବଶ୍ୟକତା ଅନୁସାରେ ଅସ୍ଥାୟୀ ଭାବେ ଲକ୍‌ଡାଉନ୍‌ ଲଗାଯିବା ଦରକାର। ଲକ୍‌ଡାଉନ୍‌ ଦ୍ବାରା ସଂକ୍ରମଣ ଗତି କମିବ। କୌଣସି ସରକାର ନିଜ ଦେଶକୁ ବନ୍ଦ କରିବାକୁ ପସନ୍ଦ କରିବେ ନାହିଁ। କିନ୍ତୁ ଅସ୍ଥାୟୀ ଭାବେ ଲକ୍‌ଡାଉନ୍‌ ଲଗାଇବା ଉପରେ ବିଚାର କରିବା ଦରକାର ବୋଲି ଡାକ୍ତର ଆନ୍ଥୋନୀ ଫାଉସି ପରାମର୍ଶ ଦେଇଛନ୍ତି।

Breaking News