ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ମହାକାଶ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ। ସୋମବାର ରାତି ୧୦.୧୫ ମିନିଟରେ ଇସ୍ରୋ ଦ୍ୱାରା ୨ଟି ସ୍ପେଡେକ୍ସ ଉପଗ୍ରହର ସଫଳ ଉତ୍କ୍ଷେପଣ ପରେ ପୃଥକୀକରଣ ମଧ୍ୟ ସଫଳ ହୋଇଛି। ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରି ୭ ତାରିଖ ସକାଳେ ଇସ୍ରୋ ଦୁଇଟି ସ୍ପେଡେକ୍ସ ଉପଗ୍ରହକୁ ଡକ୍ କରିବାକୁ ଚେଷ୍ଟା କରିବ। ଏହି ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ଶକ୍ତି ଆବଶ୍ୟକ ଥିବାରୁ, ଇସ୍ରୋ ୪ ଦିନ ଅପେକ୍ଷା କରିବ। ୪ ଦିନ ପରେ ସୂର୍ଯ୍ୟ ଅନୁକୂଳ ସ୍ଥିତିରେ ରହିବାର ସମ୍ଭାବନା ରହିଛି ଯାହା ଫଳରେ ଜାନୁଆରୀ ୭ରେ ସ୍ପାଡେକ୍ସ ଉପଗ୍ରହଗୁଡ଼ିକୁ ସେମାନଙ୍କ ଡକିଂ ନିମନ୍ତେ ପର୍ଯ୍ୟାପ୍ତ ଶକ୍ତି ମିଳିପାରିବ। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ନୂଆବର୍ଷ ପାଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ପାଇଁ ଦେଶରେ ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଏହି ରାଷ୍ଟ୍ରୀୟ ଶୋକକୁ ସମ୍ମାନ ଜଣାଇ ସରକାରୀ ନିୟମ ଅନୁସାରେ କୌଣସି ପ୍ରକାରର ଉତ୍ସବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ନବବର୍ଷରେ ତାଙ୍କ ନିକଟକୁ କୌଣସି ପ୍ରକାରର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନନେଇ ଆସିବାକୁ ଶ୍ରୀମତୀ ପରିଡ଼ା ଅନୁରୋଧ କରିଛନ୍ତି।






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..