Report Card Odisha

| Daily Odia News

ଆସନ୍ତା କାଲି ଭାରତ ବନ୍ଦ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାରଙ୍କର ୩ଟି କୃଷି ଆଇନକୁ ବିରୋଧ କରି କୃଷକମାନଙ୍କର ଆନ୍ଦୋଳନ ୧୦୦ ଅଧିକ ଦିନରେ ପହଂଚିଲାଣି । କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ଆସନ୍ତା ୨୬ ତାରିଖ ଶୁକ୍ରବାର ଭାରତ ବନ୍ଦ କରାଯିବ। ଚାଷୀ ଆନ୍ଦୋଳନର ୪ ମାସ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବନ୍ଦ ପାଳନ ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଡାକରା ଦେଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦୋକାନ ବଜାରଠାରୁ ଆରମ୍ଭ କରି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଡାଏରି ଆଦି ବନ୍ଦ ରହିବ। ମାର୍ଚ୍ଚ ୨୮ ‘ହୋଲିକା ଦହନ’ ଅବସରରେ କୃଷି ଆଇନର କପି ଜାଳିବାକୁ କୃଷକ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ମିଳିଛି । ବନ୍ଦ ପାଳନକୁ ପୂର୍ଣ୍ଣ ସମର୍ଥନ ଦେବା ଲାଗି ସମସ୍ତ ବାଣିଜ୍ୟ ଓ ପରିବହନ ସଂଘ, ଛାତ୍ର, ଯୁବ ଓ ମହିଳା ସଂଗଠନ, ଟ୍ରେଡ୍‌ ୟୁନିଅନ ଏବଂ ରେଳଓ୍ବେ ୟୁନିଅନର ସମର୍ଥନ ମିଳିଥିବା କୁହାଯାଉଛି। ଏହା ସମ୍ପୂର୍ଣ୍ଣ ସଫଳ ରହିବ ବୋଲି ଭାରତୀୟ କିସାନ ୟୁନିଅନର ପ୍ରଦେଶ ଅଧ୍ୟକ୍ଷ ରାଜବୀର ସିଂ ଜାଦୌନ ଏବଂ ୟୁନିଅନର ଯୁବ ଅଧ୍ୟକ୍ଷ ଗୌରବ ଟିକାଏତ୍‌ ସୂଚନା ଦେଇଛନ୍ତି। ବସ୍‌ ଏବଂ ଟ୍ରକ୍‌ ୟୁନିୟନ ଭାରତ ବନ୍ଦକୁ ସମର୍ଥନ ଦେବ ବୋଲି କୃଷକ ମୋର୍ଚ୍ଚା କହିଛି। ଗାଜିପୁର ବର୍ଡର ସକାଳରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ରହିବ। ତେବେ ବନ୍ଦ ସମୟରେ ଆମ୍ବୁଲାନ୍ସ୍‌, ସ୍କୁଲ ବସ୍‌, ସେନା ଯାନ ବାହନ, ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌, ଖାଦ୍ୟ ଯୋଗାଣ ଗାଡ଼ି ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ସହିତ ସମ୍ପୃକ୍ତ ଥିବା ଯାନ ବାହନକୁ ଅଟକା ଯିବ ନାହିଁ ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

Breaking News