ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ୍କୁ ଭାରତ ମେଡିସିନ୍ ସମେତ ଅନ୍ୟାନ୍ୟ ମାନବିକ ସହାୟତା ପଠାଇବ। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୟୁକ୍ରେନ୍ରୁ ଏଯାବତ ୬ଟି ବିମାନରେ ୧୪୦୦ ଭାରତୀୟ ନାଗରିକଙ୍କୁ ଭାରତ ଫେରାଯାଇଛି।‘ ଅପରେସନ୍ ଗଙ୍ଗା’ ଅଧୀନ ବୁକାରେଷ୍ଟରୁ ୪ଟି ବିମାନ ଉଡ଼ାଣ ହୋଇଥିବାବେଳେ ବୁଡାପେଷ୍ଟରୁ ଏଯାବତ୍ ୨ଟି ବିମାନ ଉଡ଼ାଣ ହୋଇଛି। ମୁଖପାତ୍ର କହିଛନ୍ତି, ଭାରତୀୟ ଦୂତାବାସ କିବ୍ରେ ପ୍ରଥମ ନିର୍ଦ୍ଦେଶାବଳି ଜାରି କରିବା ପରଠାରୁ ପ୍ରାୟ ୮ ହଜାର ଭାରତୀୟ ୟୁକ୍ରେନ୍ ଛାଡ଼ିଲେଣି। ଆସନ୍ତା ୨୪ ଘଣ୍ଟାରେ ଆଉ ୩ଟି ବିମାନ ଆସି ଭାରତ ପହଞ୍ଚିବ। ବାଗ୍ଚି କହିଛନ୍ତି, ବିମାନକୁ ନେଇ କୌଣସି ସମସ୍ୟା ନାହିଁ। ମୁଖ୍ୟ କଥା ହେଉଛି ଭାରତୀୟମାନେ ସୁରକ୍ଷିତ ଭାବେ ସୀମା ଅତିକ୍ରମ କରି ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିବା। ବାଗ୍ଚି କହିଛନ୍ତି, ୟୁକ୍ରେନ୍ ସୀମାକୁ ଲାଗି ରହିଥିବା ୪ଟି ରାଷ୍ଟ୍ରରେ ସ୍ବତନ୍ତ୍ର ରାଷ୍ଟ୍ରଦୂତଙ୍କୁ ମୁତୟନ କରାଯାଇଛି। ଭାରତୀୟ ଛାତ୍ରମାନେ ସିଧାସଳଖ ସୀମାରେ ନପହଞ୍ଚିବା ଉଚିତ୍ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶାବଳି ଜାରି କରାଯାଇଛି। ଭାରତୀୟ ଛାତ୍ରମାନେ ତୁରନ୍ତ ସୀମାକୁ ନଯାଇ ନିକଟସ୍ଥ ସହର ଏବଂ ସହରର ପଶ୍ଚିମ ପାର୍ଶ୍ବକୁ ଯିବାପାଇଁ ଚେଷ୍ଟା କରିବାକୁ କୁହାଯାଇଛି। ଭାରତୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାପରେ ହିଁ ପରବର୍ତ୍ତୀ ପଦକ୍ଷେପ ନେବାପାଇଁ କୁହାଯାଇଛି।






More Stories
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..
ରୁଷ୍ ଦେବ ଶକ୍ତିଶାଳୀ ଅସ୍ତ୍ର ଏସ୍-୪୦୦…..
ଏସ୍ଆଇଆର ଉପରେ ଆଲୋଚନାକୁ ସମ୍ମତି…..