Report Card Odisha

| Daily Odia News

ନିବିଡ଼ ହେଉଛି ଭାରତ- ଆମେରିକା ସମ୍ପର୍କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନୂଆଦିଲ୍ଲୀ ଏବଂ ଓ୍ଵାସିଂଟନ୍‌ ମଧ୍ୟରେ ସମ୍ପର୍କ ଖୁବ୍‌ ନିବିଡ଼ତର ହେଉଛି। ସର୍ବପ୍ରଥମ ‘କ୍ୱାଡ୍‌ ଭର୍ଚ୍ୟୁଆଲ୍‌ ଶିଖର’ ବୈଠକ ଶେଷ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁ କହିଛନ୍ତି। ତାଙ୍କ ବିବୃତିର ପ୍ରାସଙ୍ଗିକତା ଦର୍ଶାଇ ସାନ୍ଧୁ କହିଲେ, ଶୁକ୍ରବାର ଦିନ ଅନୁଷ୍ଠିତ ଭର୍ଚ୍ୟୁଆଲ୍‌ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏକା ପ୍ରକାର ବିଚାରଧାରାରେ ଏହା ପ୍ରତିଫଳିତ ହୋଇଛି। ଚୀନ୍‌ ଚତୁଃପାର୍ଶ୍ୱରେ ଏକ ସୁଦୃଢ଼ ଗଣତାନ୍ତ୍ରିକ ଚତୁର୍ଭୁଜ ସୃଷ୍ଟି କରିବା ପାଇଁ ‘କ୍ୱାଡ୍‌’ ଶିଖର ବୈଠକରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସଦସ୍ୟମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଏ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ ଭାରତ ଗସ୍ତରେ ଆସିବେ। ଏହା ହେଉଛି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ରାଷ୍ଟ୍ରପତିତ୍ୱରେ ଜଣେ ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ। ଜାପାନ ଓ ଦକ୍ଷିଣ କୋରିଆ ଗସ୍ତ ଶେଷ କରି ମାର୍ଚ୍ଚ ୧୯ ତାରିଖରୁ ତିନିଦିନିଆ ଭାରତ ଗସ୍ତରେ ଆସୁଥିବା ଅଷ୍ଟିନ୍‌ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ଚୀନ୍‌ର ଆଧିପତ୍ୟକୁ ପ୍ରତିହତ କରିବା ଲାଗି ଏସିଆରେ ଆମେରିକୀୟ ମିତ୍ର ରାଷ୍ଟ୍ରମାନଙ୍କର ସାମରିକ ସହଯୋଗ ବୃଦ୍ଧି କରାଇବା ହେଉଛି ଅଷ୍ଟିନ୍‌ଙ୍କ ଗସ୍ତର ଉଦ୍ଦେଶ୍ୟ।

 

Breaking News