ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୦୫ /୦୩ / ୨୦୨୧
ଭାରତୀୟ-ଆମେରିକୀୟମାନେ ଯୁକ୍ତରାଷ୍ଟ୍ର ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ‘ନାସା’ର ବୈଜ୍ଞାନିକମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗ୍ରେ କଥାବାର୍ତ୍ତା କରିବା ବେଳେ କହିଛନ୍ତି। ଭାରତୀୟ ବଂଶୋଦ୍ଭବ ସମ୍ପ୍ରଦାୟର ବହୁସଂଖ୍ୟକ ବ୍ୟକ୍ତି ତାଙ୍କ ପ୍ରଶାସନରେ ନିଯୁକ୍ତି ପାଉଥିବା କଥାକୁ ଭିତ୍ତିକରି ବାଇଡେନ୍ ଏ କଥା କହିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ହେବାର ୫୦ ଦିନରୁ କମ୍ ସମୟ ମଧ୍ୟରେ, ବାଇଡେନ୍ ତାଙ୍କ ପ୍ରଶାସନର ପ୍ରମୁଖ ପଦବୀରେ ଅନ୍ୟୂନ ୫୫ଜଣ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତି ଦେଇଛନ୍ତି। ଭାଷଣ ଲେଖକଙ୍କ ଠାରୁ ଆରମ୍ଭ କରି ‘ନାସା’ ପର୍ଯ୍ୟନ୍ତ, ତାଙ୍କ ସରକାରର ପ୍ରାୟ ସବୁ ବିଭାଗରେ ଭାରତୀୟ ବଂଶୋଦ୍ଭବମାନେ ସ୍ଥାନ ପାଇଛନ୍ତି।ମଙ୍ଗଳ ଗ୍ରହରେ ରୋଭର୍ ‘ପର୍ସୁଭିୟରାନ୍ସ୍’ର ଐତିହାସିକ ଅବତରଣରେ ସମ୍ପୃକ୍ତ ‘ନାସା’ର ବୈଜ୍ଞାନିକମାନଙ୍କ ସହ ହୋଇଥିବା ଭର୍ଚ୍ୟୁଆଲ୍ ଆଳାପ ସମୟରେ ବାଇଡେନ୍ କହିଲେ, ଭାରତୀୟ-ଆମେରିକୀୟମାନେ ଦେଶକୁ ନିୟନ୍ତ୍ରଣ କରୁଛନ୍ତି। ଯେମିତି, ଆପଣ (ସ୍ୱାତୀ ମୋହନ), ମୋର ଉପରାଷ୍ଟ୍ରପତି (କମଳା ହାରିସ୍), ମୋର ଭାଷଣ ଲେଖକ (ବିନୟ ରେଡ୍ଡୀ)। ସୂଚନାଯୋଗ୍ୟ, ୨୦୨୦ ଜାନୁଆରି ୨୦ ତାରିଖ ଦିନ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ବାଇଡେନ୍ ତାଙ୍କ ପ୍ରଶାସନରେ ଅନ୍ୟୂନ ୫୫ଜଣ ଭାରତୀୟ-ଆମେରିକୀୟଙ୍କୁ ନିଯୁକ୍ତି ଦେଇ ଇତିହାସ ରଚିଛନ୍ତି। ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଉଛନ୍ତି ହ୍ଵାଇଟ୍ ହାଉସ୍ରେ କାର୍ଯ୍ୟରତ ମହିଳା।
More Stories
ପଦାର୍ଥ ବିଜ୍ଞାନରେ ନୋବେଲ୍ ପାଇବେ ଜନ୍ ଜେ ହପଫିଲଡ ଓ ଜେଫ୍ରି ଇ. ହିଣ୍ଟନ…..
ବିଧାନସଭା ନିର୍ବାଚନରେ ନାୟବ ସିଂହ ସୈନିଙ୍କ ବାଜିମାତ…..
ଭିନେଶ ଯେଉଁଠି ବି ପାଦ ରଖନ୍ତି,ତାହା ନଷ୍ଟ ହୋଇଯାଏ…..