ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଆଣବିକ ପ୍ରତିଷ୍ଠାନ-ଆଣବିକ ଶକ୍ତି କେନ୍ଦ୍ର ସାଇବର ଆକ୍ରମଣରୁ ସୁରକ୍ଷିତ ରହିଛି | ଏନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସ୍ବାଧୀନ ଦାୟିତ୍ବରେ ଥିବା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଗୁରୁବାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସିଂହ କହିଲେ ଯେ, ଭାରତୀୟ ଆଣବିକ ପ୍ରତିଷ୍ଠାନରେ ବ୍ୟବହୃତ ବିଭିନ୍ନ ସିଷ୍ଟମ୍ର ଡିଜାଇନ, ବିକାଶ ଓ ଅପରେସନ ପାଇଁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପଦ୍ଧତି ଅବଲମ୍ବନ କରାଯାଉଛି। ଯେଉଁ ସିଷ୍ଟମ୍ଗୁଡ଼ିକର ନିରାପତ୍ତା ଓ ସୁରକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ସେଗୁଡ଼ିକ ସ୍ବତନ୍ତ୍ରଭାବେ ତିଆରି ହାର୍ଡୱେୟାର ଓ ସଫ୍ଟୱେୟାର ଦ୍ବାରା ନିଜ ପ୍ରତିଷ୍ଠାନ ଭିତରେ ହିଁ ବିକାଶ କରାଯାଉଛି। ନିୟମିତଭାବେ ସେଗୁଡ଼ିକର ଯାଞ୍ଚ ଓ ବୈଧୀକରଣ କରାଯାଉଛି। ଫଳରେ ସାଇବର ଆକ୍ରମଣରୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ମୁକ୍ତ ରହିପାରୁଛି। ଡିଏଇ ୟୁନିଟ୍ଗୁଡ଼ିକର ସାଇବର ସୁରକ୍ଷା ନିମନ୍ତେ ପାରମାଣବିକ ଶକ୍ତି ବିଭାଗର କମ୍ପ୍ୟୁଟର ଆଣ୍ଡ୍ ଇନ୍ଫର୍ମେସନ ସିକ୍ୟୁରିଟି ଆଡ୍ଭାଇଜରି ଗ୍ରୁପ୍ (ସିଆଇଏସ୍ଏଜି) ଏବଂ ଟାସ୍କଫୋର୍ସ ଫର୍ ଇନ୍ଷ୍ଟ୍ରୁମେଣ୍ଟେସନ ଆଣ୍ଡ୍ କଣ୍ଟ୍ରୋଲ ସିକ୍ୟୁରିଟି (ଟିଏଏଫ୍ଆଇସିଏସ୍) ରହିଛି ବୋଲି ମନ୍ତ୍ରୀ କହିଥିଲେ।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..