ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ବିଧାନସଭାର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ପୁଣି ତୃଣମୂଳ କଂଗ୍ରେସକୁ ଫେରିବେ | ଏପରି ଦାବି କରିଛନ୍ତି ଟିଏମସିର ନେତା କୁନାଲ ଘୋଷ । କହିଛନ୍ତି ଯେ, ଶୁଭେନ୍ଦୁଙ୍କୁ ବିଜେପି ଭଲ ଲାଗୁନି । ସେ ନିଜ ପୁରୁଣା ଦଳକୁ ଆସିବାକୁ ଚାହୁଁଛନ୍ତି । କିନ୍ତୁ ଟିଏମସି ତାଙ୍କୁ ନେବ ନାହିଁ । କାରଣ ସେ ନିକଟରେ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଶୁଭେନ୍ଦୁଙ୍କ ମାନସିକ ସ୍ଥିତି ଏବେ ଠିକ୍ ନାହିଁ । ସେ ବିଜେପିକୁ ଯାଇ ପଶ୍ଚାତାପ କରୁଛନ୍ତି । ଶୁଭେନ୍ଦୁଙ୍କ ସହ ଆଉ ଦୁଇରୁ ତିନି ନେତା ବିଜେପି ଛାଡିବେ ବୋଲି ଚାହୁଁଛନ୍ତି । କିନ୍ତୁ କବାଟ ପୁରା ବନ୍ଦଅଛି । ଶୁଭେନ୍ଦୁ ଚଢଉ ଭୟରେ ବିଜେପିରେ ସାମିଲ ହୋଇଥିବା ସେ କହିଛନ୍ତି । ନିକଟରେ ବିଧାନନଗର ମ୍ୟୁନିସିପାଲିଟି ନିର୍ବାଚନରେ ଟିଏମସି ପ୍ରାର୍ଥୀ ସବ୍ୟସାଚୀ ଦତ୍ତଙ୍କୁ ନେଇ ଶୁଭେନ୍ଦୁ ଅସନ୍ତୋଷ ପ୍ରକାଶ କରିଥିଲେ । ସବ୍ୟସାଚୀ ୨୦୧୯ରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । ପରେ ସେ ପୁଣି ଟିଏମସିକୁ ଫେରି ଯାଇଥିଲେ ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..