ରିପୋର୍ଟ କାର୍ଡ / ବେଙ୍ଗାଲୁରୁ
କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ହନ୍ତସନ୍ତ କରୁଛି । ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । କର୍ଣ୍ଣାଟକରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ଏପ୍ରିଲ ୨୭ ରାତି ୯ ଟାରୁ ୧୪ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ, ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିବ। ଖାଦ୍ୟ ସାମଗ୍ରୀ, କ୍ଷୀର ଏବଂ ପନିପରିବା ଦୋକାନ ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଚାରି ଘଣ୍ଟା ପାଇଁ ଖୋଲାଯିବ। ଜନସାଧାରଣ ପରିବହନ ବନ୍ଦ ରହିବ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସୋମବାର ଏହା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, କରୋନାର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟରେ ଶଯ୍ୟା, ଭେଣ୍ଟିଲେଟର ଏବଂ ଅମ୍ଳଜାନ ଅଭାବ ଦେଖାଦେଇଛି। ଯାହାକୁ ଦୂର କରିବା ପାଇଁ ସରକାର ସମସ୍ତ ପ୍ରୟାସ କରୁଛନ୍ତି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୫୫ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୮୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..