ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ କରୋନାର ଦ୍ଵିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ଦୈନନ୍ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ଟପିଥିବା ବେଳେ ଅକ୍ସିଜେନ୍ ସଂକଟକୁ ନେଇ ହାହାକାର ପରିସ୍ଥିତି । ଏଭଳି ସ୍ଥିତିରେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ମାଇକ୍ରୋସଫ୍ଟ ଓ ଗୁଗୁଲ୍ କମ୍ପାନୀ | ସଂକଟ ସମୟରେ ୧୩୫ କୋଟିର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ । ସେ କହିଛନ୍ତି ଭାରତର ବିପତ୍ତି ସମୟରେ ଆମେ ଛିଡା ହେବାକୁ ନିଷ୍ପତ୍ତି ନେଇଛି । ‘GIVE INDIA’ ଓ ୟୁନିସେଫ ଜରିଆରେ ଏହି ଆର୍ଥିକ ସହାୟତା ଭାରତକୁ ପ୍ରଦାନ କରାଯିବ । ଏହି ସହାୟତା ଦ୍ୱାରା ଅନକ ଲୋକ ଉପକୃତ ହୋଇପାରିବେ । କରୋନ କାଳରେ ଅଧିକ ପ୍ରଭାବିତ ହୋଇଥିବା ଲୋକଙ୍କୁ ଯୋଗାଇ ଦିଆଯିବ ଏହି ସହାୟତା । ଏହା ବାଦ୍ ୟୁନିସେଫ ଜରିଆରେ ଅକ୍ସିଜେନ୍ ଏବଂ ମେଡିକାଲ ଟେଷ୍ଟିଂ ଉପକରଣ ବି ଯୋଗାଇ ଦିଆଯିବ । ଗୁଗୁଲର ପ୍ରତିଟି କର୍ମଚାରୀ ଏଥିପାଇଁ ଚାନ୍ଦା ଆଦାୟ କରିବାରେ ଲାଗିପଡିଛନ୍ତି । ଏଯାବତ୍ ୯୦୦ କର୍ମଚାରୀ ୩.୭ କୋଟି ଟଙ୍କା ଫଣ୍ଡକୁ ଦେଇସାରିଲେଣି । ଏଇଠି କହିରଖୁଛୁ ଯେ, ୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି । ଏ ସମସ୍ତ କେସ୍ ପ୍ରାୟତଃ ଲୋକାଲ ସଂକ୍ରମଣ । ପାଖାପାଖି ୨୮୦୦ ଲୋକଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି ମାଇକ୍ରୋସଫ୍ଟ ସିଇଓ ତଥା ଭାରତରେ ଜନ୍ମିତ ସତ୍ୟ ନାଦେଲା କହିଛନ୍ତି ଭାରତରେ ସାମ୍ପ୍ରତିକ ସ୍ଥିତି ହୃଦୟବିଦାରକ । ଅମ୍ଳଜାନ ଉତ୍ପାଦନକାରୀ ଉପକରଣ କିଣିବାରେ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସତ୍ୟ ନାଦେଲା । ଆମେରିକା ପ୍ରଶାସନ ଭାରତକୁ ସହଯୋଗର ହାତ ବଢାଇଥିବାରୁ ସେ ଆମେରିକା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାରତର ଏଭଳି ସଙ୍କଟଜନକ ପରିସ୍ଥିତିରେ ମାଇକ୍ରୋସଫ୍ଟ ରିଲିଫ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ଅମ୍ଳଜାନ ଉତ୍ପାଦନକାରୀ ଉପକରଣ କିଣିବା ଦିଗରେ ସହାୟତା କରିବାକୁ ନିଜର ସ୍ୱର, ସମ୍ବଳ ଓ ପ୍ରଯୁକ୍ତିକୁ ବ୍ୟବହାର କରିବ ବୋଲି କହିଛନ୍ତି ସତ୍ୟ ନାଦେଲା ।
More Stories
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….
ମହାରାଷ୍ଟ୍ର,ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ !…..