ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଦ୍ଵିତୀୟ ଲହର ସଂକ୍ରମଣ ବୃଦ୍ଧି ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ। କାରଣ କରୋନା ସଙ୍କଟ ଆରମ୍ଭ ହୋଇଥିବା ସତ୍ବେ ନିର୍ବାଚନ ଆୟୋଗ ନିର୍ବାଚନୀ ରାଲିକୁ ବନ୍ଦ କରି ନ ଥିଲେ। ଯେଉଁଥିପାଇଁ ନିର୍ବାଚନ ଥିବା ରାଜ୍ୟରେ ଦ୍ରୁତଗତିରେ ସଂକ୍ରମଣ ବ୍ୟାପିଯାଇଥିଲା। ଆୟୋଗର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଲେ ବି କୌଣସି ଭୁଲ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ୨ୟ ତରଙ୍ଗ ଯୋଗୁ ଦେଶବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଭିନ୍ନ ରାଜ୍ୟରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଲାଣି। ଏଭଳି ସ୍ଥିତିରେ ଏହି ପ୍ରସଙ୍ଗକୁ ନେଇ ସୋମବାର ମାଡ୍ରାସ ହାଇକୋର୍ଟରେ ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ବାନାର୍ଜୀ ଶୁଣାଣି ସମୟରେ ୨ୟ ତରଙ୍ଗ ପାଇଁ ଇସିଆଇ ଦାୟୀ ବୋଲି କହିଥିଲେ। ଏପରି କି ନିର୍ବାଚନ ଆୟୋଗର ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ ହେଲେ ବି କିଛି ଭୁଲ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ତେବେ ଶୁଣାଣି ସମୟରେ ନିର୍ବାଚନ ଆୟୋଗ ପକ୍ଷରୁ ଜବାବ ଦିଆଯାଇଥିଲା ଯେ, ରାଲି ସମୟରେ ଏବଂ ଭୋଟଗ୍ରହଣ ଦିନ କୋଭିଡ ନିର୍ଦେଶାବଳୀ ପାଳନ କରାଯାଇଥିଲା। ମାତ୍ର ଏଥିରେ ଅଦାଲତ ସନ୍ତୁଷ୍ଟ ହୋଇ ନ ଥିଲା। ଅଦାଲଦ ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ପ୍ରଚାର ଚାଲିଥିଲା, ସେତେବେଳେ କ’ଣ ନିର୍ବାଚନ ଆୟୋଗ ଅନ୍ୟ ଗ୍ରହରେ ଥିଲେ? ଏହାବ୍ୟତୀତ ଅଦାଲତ ଆୟୋଗଙ୍କୁ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି। ଯଦି ମେ ୨ ସୁଦ୍ଧା କୋଭିଡ ସମ୍ପର୍କିତ ଗାଇଡଲାଇନ ପାଳନ ନ ହୁଏ ଏବଂ ଏହାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ନ ହୁଏ, ତେବେ କୋର୍ଟ ଭୋଟଗଣତି ଉପରେ ରୋକ ଲଗାଇବେ ବୋଲି ଚେତାଇ ଦେଇଛନ୍ତି।






More Stories
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..