ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଇଣ୍ଡୋନେସିଆର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । ଏଜେନ୍ସିର ମୁଖପାତ୍ର ଅବଦୁଲ ମୁହାରୀ କହିଛନ୍ତି ଯେ ଆଗ୍ନେୟଗିରି ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ପରିଚୟ ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅନେକ ଲୋକ ଆହତ ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଗ୍ନେୟଗିରି ବିସ୍ଫୋରଣ ହେତୁ ଅଧିକାଂଶ ଲୋକ ଜଳି ଯାଇଛନ୍ତି ବୋଲି ସେଠାକାର ସରକାରଙ୍କ ତରଫରୁ ସୂଚନା ମିଳିଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କୁହାଯାଉଛି ଯେ, ଏହି ବିସ୍ଫୋରଣରେ ପାଖାପାଖି ୪୧ ଜଣ ଆହତ ହୋଇଛନ୍ତି। ଗତ କିଛି ଦିନ ହେବ ଏହି ଆଗ୍ନେୟଗିରିରୁ ପାଉଁଶ ଓ ଧୂଆଁ ବାହାରୁଥିଲା। ଆଗ୍ନେୟଗିରିରୁ ବାହାରୁଥିବା ପାଉଁଶ ଏବଂ ଧୂଳିର ଆସ୍ତରଣ ଏତେ ମୋଟା ଥିଲା ଯେ, ଜାଭା ଦ୍ୱୀପପୁଞ୍ଜ ଦିନରେ ରାତି ପରି ଦେଖାଯାଉଥିଲା।






More Stories
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ଜନ୍ମବାର୍ଷିକୀ:ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ୍ ମୋଦୀ……
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……