ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡୋନେସିଆର ବାଲି ଉପକୂଳରେ ଏକ ଯାତ୍ରୀବାହୀ ଜାହାଜ ବୁଡି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଥିବାନେଇ ସୂଚନା ମିଳିଛି | ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ- ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସ ମୁଖପାତ୍ର କହିଛନ୍ତି ଯେ ବାଲି ଉପକୂଳରେ ଏକ ଯାତ୍ରୀବାହୀ ଜାହାଜ ବୁଡ଼ିଯିବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ତିନି ପୁରୁଷ ଏବଂ ତିନି ମହିଳା ରହିଛନ୍ତି । ଜାହାଜରେ ୪୧ ଜଣ ଯାତ୍ରୀ ଏବଂ ୧୫ ଜଣ ଚାଳକ ଦଳ ଥିବା ଜଣାଯାଇଛି। ଜାହାଜଟି ବାଲିର ଗିଲିମାନୁକ୍ ବନ୍ଦରକୁ ଯାଉଥିଲା, କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବୁଡ଼ି ଯାଇଥିଲା। ନିଖୋଜ ଥିବା ୭ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।






More Stories
ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ଗୃହୀତ…..
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..